Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଶାହିନବାଗ୍‌ରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହେଲା ପିଟିସନ, ରହିଛି ଏହି ଦାବି

29/01/2020 at 11:12 AM

ନୂଆଦିଲ୍ଲୀ ୨୯।୧: ଶାହିନବାଗ୍ ରେ ଧାରଣା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି । ଏହି ପିଟିସନ ଜଣେ ଆଇନଜୀବୀ ଦାଖଲ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନରେ ସାମିଲ ନେତା, ସଂଯୋଜକଙ୍କ ଗତିବିଧି ସମ୍ବନ୍ଧରେ ପତ୍ତା ଲଗାଇବା ନେଇ ପିଟିସନରେ ଦାବି କରାଯାଇଛି । ଏହା ବ୍ୟତୀତ ସରକାର ଏବଂ ପୋଲିସ ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ମଧ୍ୟ ପିଟିସନରେ ଦର୍ଶାଯାଇଛି ।

ପିଟିସନରେ ଏହା ମଧ୍ୟ କୁହାଯାଇଛି ଯେ, ସେଠାରେ ହେବାକୁ ଥିବା ପ୍ରଚାର ସଭା ଉପରେ ମଧ୍ୟ ନଜର ରଖାଯାଉ । ଯେପରି ସେମାନଙ୍କ ମାଧ୍ୟମରେ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ନହେଉ ସେ ଦିଗରେ ଦୃଷ୍ଟି ଦିଆଯାଉ । କୌଣସି ଦେଶଦ୍ରୋହୀ ସଂଗଠନ ଯେପରି ଏଭଳି ସ୍ଥିତିର ଫାଇଦା ଉଠାଇପାରିବେ ନାହିଁ ତା ଉପରେ ମଧ୍ୟ ନଜର ରଖାଯାଉ ।

ସୂଚନାଯୋଗ୍ୟ ଯେ ଶାହୀନବାଗ୍ ରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏବେ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ରାଜନୈତିକ ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ନିର୍ବାଚନ ଆୟୋଗ ଏହା ଉପରେ କଡା ନଜର ରଖିଛନ୍ତି ଯେମିତିକି ସ୍ଥିତି ଅଧିକ ଖରାପ ନହେଉ ଏବଂ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

   Related Posts