Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କରୋନା ଟିକାକରଣରେ ୩୨ ହଜାର କୋଟି ଟଙ୍କାର ଘୋଟଲା ! ସୁପ୍ରିମକୋର୍ଟରେ ଆବେଦନପତ୍ର ଦାଖଲ କଲେ ଆଇନଜୀବୀ

29/04/2021 at 3:19 PM

ନୂଆଦିଲ୍ଲୀ ୨୯/୦୪ : କରୋନା ମହାମାରୀ ସମୟରେ ଦେଶରେ ଟିକାକରଣ ଜାରି ରହିଛି । ଭାରତରେ କରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣରେ ବ୍ୟାପକ ଘୋଟାଲା ହୋଇଥିବା ନେଇ ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଟିକାକରଣ ଅଭିଯାନରେ ପ୍ରାୟ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପ୍ରତରେ ଉଲ୍ଲେଖ ରହିଛି ।

 ଆଇନଜୀବୀ ଦୀପକ ଆନନ୍ଦ ମସୀହ କୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି । କାରୋନା ମହାମରୀ ସହିତ ଲଢିବା ପାଇଁ କେନ୍ଦ୍ର ସରକାର ନେଉଥିବା ପଦ​‌କ୍ଷେପ ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଆବେଦନ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମାଞ୍ଚଳ ଦେଶଗୁଡିକରେ ଭ୍ୟାକସିନର ମୂଲ୍ୟ ୧୫୦-୨୦୦ରୁ ଅଧିକ ନାହିଁ କିନ୍ତୁ ଭାରତରେ ଭ୍ୟାକସିନ୍‌ର ମୂଲ୍ୟ ଅଧିକ ରହିଛି ।

ଦେଶରେ ସାଧାରଣ ଲୋକଙ୍କୁ ଭ୍ୟାକସିନ୍‌ ପ୍ରତି ଡୋଜ ପିଛା ୬୦୦ ଟଙ୍କା ରହିଛି । ତେବେ ବର୍ତ୍ତମାନ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ଭ୍ୟାକସିନ୍‌ ଦିଆଯିବ । ପ୍ରାୟ ୮୦ କୋଟି ଲୋକଙ୍କୁ ଭ୍ୟାକସିନ୍ ଦିଆଯିବାକୁ ଥିବାରୁ ଏହି କ୍ରମରେ ଦେଖିବାକୁ ଗଲେ ୩୨ ହଜାର କୋଟି ଟଙ୍କାର ଘୋଟାଲା ହୋଇଛି ।

ଆବେଦନ ପତ୍ରରେ ଆଡ୍‌ଭୋକେଟ୍‌ ଦୀପକ ଆନନ୍ଦ ମସୀହ କହିଛନ୍ତି, ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା କିନ୍ତୁ ଏହାର ଦ୍ବାରା କିଛି ସୁ ଧୁରିନଥିଲା । ଆବେଦନ ପତ୍ରରେ ସେ କହିଛନ୍ତି, ସରକାରଙ୍କୁ ନୀତି ବଦଳାଇବା ଆବଶ୍ୟକ । ତେଣୁ ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ଏହାର ବଚାର କରି ସରକାରଙ୍କୁ ନୂଆ ଆଦେଶ ଦିଅନ୍ତୁ ।

   Related Posts