Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଅଡୁଆରେ ଭାରତୀୟ ଅଧିନାୟକ :ବିରାଟ କୋହଲିଙ୍କୁ ଗିରଫ କରିବାକୁ ହାଇକୋର୍ଟରେ ଆବେଦନ

2/08/2020 at 10:18 AM

ଚେନ୍ନାଇ ୦୨/୦୮ : ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫସିଯାଇଛନ୍ତି | ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି | ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି | ଆବେଦନରେ ସେହି ସବୁ ଆପକୁ ବ୍ୟାନ କରିବାକୁ ଦାବି କରାଯାଇଛି ଯେଉଁସବୁ ଆପ ମାଧ୍ୟମରେ ଅନଲାଇନ ଗ୍ୟାମ୍ବଲିଙ୍ଗ ହେଉଛି | ଏହାର ଖରାପ ପ୍ରଭାବ ଯୁବପିଢ଼ି ଉପରେ ପଡୁଥିବା ଆବେଦନରେ କୁହାଯାଇଛି | ଅନଲାଇନ ଗ୍ୟାମ୍ବଲିଙ୍ଗର ଏହି ପ୍ରମୋସନ ପାଇଁ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନାଙ୍କୁ ବ୍ୟବହାର କରାଯାଉଛି ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି |

ଚେନ୍ନାଇର ଜଣେ ଓକିଲ ହାଇକୋର୍ଟରେ ଆବେଦନ କରିଛନ୍ତି | ଓକିଲ କହିଛନ୍ତି ଯେ ଏହିସବୁ ଖରାପ କାମକୁ ପ୍ରୋତ୍ସାହନ ଦେଉଥିବା ଷ୍ଟାରମାନଙ୍କୁ ଗିରଫ କରାଯିବ ଉଚିତ | ଆବେଦନରେ କୁହାଯାଇଛି ଯେ, ଏହିଭଳି ଏକ ଆପରେ ଜୁଆ ଖେଳିବାକୁ ଜଣେ ଯୁବକ ଟଙ୍କା ଧାର କରିଥିଲେ କିନ୍ତୁ ଯେତେବେଳେ ସେ ଟଙ୍କା ସୁଝି ପାରିନଥିଲେ ଆଉ କୌଣସି ଉପାୟ ନ ପାଇ ଆତ୍ମହତ୍ୟା କରିଥିଲେ | ଏହି ମାମଲାର ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ | 

ଲକଡାଉନ ଯୋଗୁଁ ବିରାଟ କୋହଲି ମୁମ୍ବାଇରେ ନିଜ ଘରେ ଅଛନ୍ତି | ଗତ କିଛି ମାସ ହେଲା ସେ ସୋସିଆଲ ମିଡ଼ିଆରେ ବିଭିନ୍ନ ବ୍ରାଣ୍ଡର ପ୍ରମୋସନ କରୁଛନ୍ତି | ଶୁକ୍ରବାର ଦିନ ସେ ଆସାମ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ | ଏକ ବୟାନରେ ବିରାଟ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ ରିଲିଫ କାର୍ଯ୍ୟରେ ୩ ସଂଗଠନ- ଏକ୍ସନ ଏଡ଼ ଇଣ୍ଡିଆ, ରପିଡ଼ ରେସ୍ପନ୍ସ ଓ ଗଞ୍ଜକୁ ସାହାଯ୍ୟ କରୁଛନ୍ତି |  

   Related Posts