Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦିଲ୍ଲୀ ପୋଷ୍ଟର ମାମଲା: ପୋଲିସ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ମୋକଦ୍ଦମା ରୁଜୁ, FIR ରଦ୍ଦ ଲାଗି ଦାବି

17/05/2021 at 3:39 PM

ନୂଆଦିଲ୍ଲୀ ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନାମୂଳକ ପୋଷ୍ଟର ପ୍ରସଙ୍ଗ ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲାଗିଥିବା ଏହି ପୋଷ୍ଟର ଲାଗି ପୋଲିସ ବିଭିନ୍ନସ୍ଥାନରୁ ୨୫ ଜଣଙ୍କୁ ଗିରଫ କରିଛି। ଏଭଳି ପୋଷ୍ଟର ଲଗାଇବା ପଛରେ କାହାର ହାତ ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ତେବେ ପୋଷ୍ଟରକୁ ନେଇ  ସୋମବାର ସୁପ୍ରିକୋର୍ଟରେ ଏକ ପିଟିସନ ରୁଜୁ ହୋଇଥିବା ବେଳେ ମାମଲାରେ ପୋଲିସ ଏତଲ୍ଲା ରଦ୍ଦ ଲାଗି ନିବେଦନ କରାଯାଇଛି।

ଅଭିବ୍ୟକ୍ତି ସ୍ୱାତନ୍ତ୍ରତା ଆଧାରରେ ଆବେଦନକାରୀ ପ୍ରଦୀପ କୁମାର ଏହି ପିଟିସନ ଦାୟର କରିଛନ୍ତି। ଆବେଦନରେ ସେ ଉଲ୍ଲେଖ କରିଛନ୍ତି ଯେ  ସରକାରଙ୍କ ଭାକ୍ସିନେସନ ପଲିସି ଉପରେ ପ୍ରଶ୍ନ ଉଠାଉଥିବା ପୋଷ୍ଟର ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ପ୍ରଥମେ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ପ୍ରସଙ୍ଗରେ ଦିଲ୍ଲୀ ପୋଲିସର ଏତଲ୍ଲା ରଦ୍ଦ କରିବାକୁ ମଧ୍ୟ  ପ୍ରଦୀପ ଦାବି କରିଛନ୍ତି। ଭାକ୍ସିନେସନ ସମ୍ପର୍କିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନାମୂଳକ ପୋଷ୍ଟକ ଦିଲ୍ଲୀର ଅନେକ ଜିଲ୍ଲାରେ ଲାଗିଥିଲା। ମାମଲାରେ ପୋଲିସ ୨୫ଟି ଏଫଆଇଆର ରୁଜୁ କରିବା ସହ ୨୫ ଜଣଙ୍କୁ ଗିରଫ କରିଛି।

ଦିଲ୍ଲୀ ପୋଲିସ ଅନୁସାରେ ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାମୂଳକ ପୋଷ୍ଟର ଆମ ଆଦମୀ ପାର୍ଟି (ଏଏପି)ର କାର୍ଯ୍ୟକର୍ତ୍ତା ଓ ନେତାମାନେ ଲଗାଇଥିବା ଜଣାପଡିଛି। ତେବେ ଏହି ସବୁ ପୋଷ୍ଟରରେ ଏହାକୁ ଛପାଇଥିବା ପ୍ରିଣ୍ଟିଂ ପ୍ରେସ୍‌ର ନାମ ମଧ୍ୟ ନାହିଁ। ତେବେ ତଦନ୍ତରୁ ମୋତି ନଗର ନିବାସୀ ପ୍ରଶାନ୍ତ କୁମାରଙ୍କ ନିର୍ଦ୍ଦେଶରେ ଏହି ସବୁ ପୋଷ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ପ୍ରଶାନ୍ତ କୁମାର ଏଏପିର କାର୍ଯ୍ୟକର୍ତ୍ତା ଓ ରାକେଶ ଯୋଶୀଙ୍କ ସହଯୋଗୀ। ଯୋଶୀଙ୍କୁ ମଧ୍ୟ ମାମଲାର ଯାଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଛି।    

   Related Posts