ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ମାମଲା, ରଥଯାତ୍ରା ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ

Published By : Prameya-News7 Bureau | June 15, 2020 IST

ଭୁବନେଶ୍ୱର ୧୫।୦୬:  ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା । ବର୍ତ୍ତମାନର ଆପାତକାଳୀନ ସ୍ଥିତିରେ ରଥଯାତ୍ରା କରାଇବା ଉଚିତ ହେବ ନାହିଁ, ତେଣୁ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ । ଏଭଳି ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ ।

{"id":285609,"sizeSlug":"large"}

ଯଦିଓ ହାଇକୋର୍ଟ ଏଭଳି ଆବେଦନ ଉପରେ ପୂର୍ଣଛେଦ ଟାଣି ରଥଯାତ୍ରା ଆୟୋଜନର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । କିନ୍ତୁ ଏହା ଉପରେ ଆପତ୍ତି ଉଠାଇଛନ୍ତି ମାମଲାର ଆବେଦନକାରୀ । ରଥଯାତ୍ରା ହେଲେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ଅଛି । ଯାତ୍ରା ହେଲେ କରୋନା ମୁକାବିଲା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡଲାଇନର ପାଳନ କରିହେବ ନାହିଁ। ବିଶେଷ କରି ଶ୍ରୀ ଜୀଉମାନଙ୍କ ପହଣ୍ଡି ବିଜେ ସମୟରେ ସାମାଜିକ ଦୂରତା ରଖାଯିବା ସମ୍ଭବ ହେବନାହିଁ । ଏପରି ସ୍ଥଳେ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟ ରେ ଦାଏର ହୋଇଥିଵା ସ୍ପେସାଲ ଲିଭ ପିଟିସନରେ ଉଲ୍ଲେଖ କରାଯାଇଛି ।

{"id":131212,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.