ବିପଦରେ ଇମ୍ରାନଙ୍କ ସିଂହାସନ : ଝିଅର ବାପା ହୋଇଥିବା ଘଟଣା ଲୁଚାଇଥିବା ଅଭିଯୋଗ

Published By : Prameya-News7 Bureau | March 09, 2019 IST

କରାଚୀ ୯/୩ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଢିଛି ଅଡୁଆ | ତାଙ୍କ ବିରୋଧରେ ଲାହୋର ହାଇକୋର୍ଟରେ ଆବେଦନ ହୋଇଛି | ଆବେଦନରେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ପାଇଁ ଦାବି କରାଯାଇଛି |


୨୦୧୮ ସାଧାରଣ ନିର୍ବାଚନ ବେଳେ ଇମ୍ରାନ ଗୋଟିଏ ଝିଅର ବାପା ହୋଇଥିବା କଥା ଲୁଚାଇ ଥିବା ଏହି ଆବେଦନରେ ଉଲ୍ଲେଖହୋଇଛି | ଲାହୋର ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ମଂଜୁର ହୋଇଛନ୍ତି | ଆସନ୍ତା ସୋମବାର ଦିନ ପାକିସ୍ତାନ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବ |


ଇମ୍ରାନ ଖାନ ପାକିସ୍ତାନ ସମ୍ବିଧାନ ଅନୁଛେଦ ୬୨ ଏବଂ ୬୩ ନିୟମ ଉଲଂଘନ କରିଥିବା ଆବେଦନ ହୋଇଛି | ପାକିସ୍ତାନ ସମ୍ବିଧାନର ଅନୁଛେଦ ୬୨ ଏବଂ ୬୩ ଅନୁଯାୟୀ ସଂସଦ ସଦସ୍ୟ ସଚ୍ଚୋଟ ଏବଂ ଧର୍ମ ପରାୟଣ ହେବା ଉଚିତ | ଇମ୍ରାନ ସଚ୍ଚୋଟ ଏବଂ ଧର୍ମ ପରାୟଣ ହୋଇନଥିବା ଆବେଦନ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.