Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ମହାନ ଅଭିନେତାଙ୍କ ବିରୋଧରେ ମହା ଅଭିଯୋଗ ! ଅମିତାଭ ବଚ୍ଚନଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ କ୍ୟାନସେଲ କରିବାକୁ ଦାବି, ଆବେଦନପତ୍ରରେ ଦସ୍ତଖତ କରିଛନ୍ତି ୧୩୦୦ ୟୁଜର

28/04/2020 at 3:00 PM

ମୁମ୍ବାଇ ୨୮/୦୪ : ମହାମାରୀ କରୋନାକୁ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି | କିନ୍ତୁ ଏହାର ସବୁଠାରୁ ବଡ ପାର୍ଶ୍ୱ ପ୍ରତିକ୍ରିୟା ହେଲା କରୋନାକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ଗୁଜବ | ହ୍ୱାଟ୍ସ ଆପରେ ପ୍ରତିଦିନ ଏହିଭଳି ଅନେକ ସୂଚନା ପ୍ରଚାର ହେଉଛି ଯାହା ଗୁଜବ ସୃଷ୍ଟି କରୁଛି ଏବଂ  ଲୋକଙ୍କ ମନରେ ଆତଙ୍କ ମଧ୍ୟ ସୃଷ୍ଟି କରୁଛି | କରୋନା ମହାମାରୀ ଦେଖାଦେବା ପରଠାରୁ ଏହି ସମସ୍ୟା ବଢି ବଢି ଚାଲିଛି | ତେବେ ସମସ୍ୟା ଅଧିକ ଗମ୍ଭୀର ସେତେବେଳେ ହେଉଛି ଯେତେବେଳେ ଜଣେ ଲୋକପ୍ରିୟ ବ୍ୟକ୍ତି କିମ୍ବା ସେଲିବ୍ରିଟି ନିଜ ପ୍ଲାଟଫର୍ମ ମାଧ୍ୟମରେ ଏପରି କିଛି ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି | କିମ୍ବଦନ୍ତୀ କଳାକାର  ଅମିତାଭ ବଚ୍ଚନଙ୍କୁ ଯୋଡି ଏହି ନୂଆ ବିବାଦ | କରୋନା ସମ୍ପର୍କିତ ଗୁଜବରେ ଅଜାଣତରେ ଅମିତାଭ ବଚ୍ଚନ ଜଡିତ ହୋଇଛନ୍ତି | ଏପରିକି ଅମିତାଭ ବଚ୍ଚନଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ କୁ ରଦ୍ଦ ବା ନାକଚ କରିଦେବାକୁ ଦାବି ମଧ୍ୟ ବଢିଲାଣି ।

କରୋନା ମହାମାରୀକୁ ନେଇ ଗୁଜବ ପ୍ରଚାର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି | ଏହି ଗୁଜବ ସୋସିଆଲ ମିଡ଼ିଆ ଜରିଆରେ ଭାଇରାଲ ହେଉଛି | ତେବେ ସମସ୍ତ ନାଗରିକଙ୍କ ଦାୟିତ୍ୱ ମହାମାରୀକୁ ନେଇ କୌଣସି ଭୁଲ ଖବର ପ୍ରଚାର ନ କରି ସଠିକ ଖବର ପ୍ରଚାର କରିବା ଉଚିତ | ସଠିକ ଭେରିଫିକେସନ ପରେ ପବ୍ଲିକ ପ୍ଲାଟଫର୍ମରେ ସଠିକ ଖବର ପ୍ରଚାର କରିବା ସମସ୍ତ ନାଗରିକଙ୍କ ଦାୟିତ୍ୱ | ଯଦି ସୋସିଆଲ ମିଡ଼ିଆରେ ଆପଣଙ୍କର ଅଧିକ ଫ୍ୟାନ ଫଲୋୟର୍ସ ଅଛନ୍ତି ତେବେ ଆପଣଙ୍କ ଦାୟିତ୍ୱ ହେଲା ଆପଣ ସର୍ବଦା ସଠିକ ଖବର ପ୍ରଦାନ କରିବେ | ଏହା ଆପଣଙ୍କ ସମ୍ବେଦନଶୀଳତାକୁ ତତା ମାନବୀୟ ଦାୟିତ୍ୱକୁ  ଦର୍ଶାଇଥାଏ |

ଏମିତି ବେଳେ ସମସ୍ତଙ୍କ ପ୍ରିୟ କଳାକାର ଅମିତାଭ ବଚ୍ଚନ ଭୁଲ ଖବର ବା ଗୁଜବ ସୃଷ୍ଟିର ଅଭିଯୋଗରେ ପଡିଯାଇଛନ୍ତି | ମହାନ ଅଭିନେତା ଏକ ମହାଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏପରିକି ତାଙ୍କ ହ୍ୱାଟ୍ସଆପ୍‌ ଆକାଉଣ୍ଟ ସିଜ୍‌ କରିବାକୁ ଏକ ଆବେଦନପତ୍ର ଦାଖଲ ହୋଇଛି | ଅମିତାଭ ବଚ୍ଚନଙ୍କ ସହ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ହ୍ୱାଟ୍ସ ଆପ ଆକାଉଣ୍ଟକୁ ମଧ୍ୟ  କ୍ୟାନସେଲ କରିବାକୁ ଆବେଦନ  କରିଚନ୍ତି କିଛି ଆବେଦନକାରୀ |ସେହି ଆବେଦନପତ୍ରରେ ଏପର୍ଯ୍ୟନ୍ତ ୧୩୦୦ ଜଣ ଦସ୍ତଖତ କରିସାରିଛନ୍ତି | କରୋନା ଭାଇରସ ସମସ୍ତଙ୍କର ଆତଙ୍କ ଓ ଚିନ୍ତା ବଢ଼ିଥିବାବେଳେ ଗୁଜବ ଆହୁରି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରୁଛି | ବଲିଉଡ ଅଭିନେତା ଜନତା କର୍ଫ୍ୟୁ ଉପରେ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବ, କରୋନା କିପରି ମଇଳା ଉପରେ ଅଧିକ ସମୟ ରହିଥାଏ ଏବଂ ବାଦୁଡ଼ି ଓ କରୋନା ଉପରେ ଥଟ୍ଟା କରି ଟ୍ୱିଟ୍ କରିଛନ୍ତି |

ଅମିତାଭଙ୍କ ଟ୍ୱିଟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା | ଭୁଲ ଖବର ପୋଷ୍ଟ କରୁଥିବା ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଙ୍କୁ ତାଗିଦ ମଧ୍ୟ କରିଥିଲେ | ଏହାପରେ ସେ ଏହି ପୋଷ୍ଟକୁ ସିନିୟର ବଚ୍ଚନ ଡିଲିଟ କରି ଦେଇଥିଲେ | ଯେହେତୁ ବଡ ବଡ କଳାକାର ଓ ସେଲିବ୍ରିଟିଙ୍କ ଫ୍ୟାନ ଫଲୋୟର୍ସ ଅଧିକ ଥାଆନ୍ତି, ଲୋକଙ୍କ ନଜର ସବୁବେଳେ ତାଙ୍କ ଉପରେ ରହିଥାଏ ।  ସେମାନେ କଣ କହୁଛନ୍ତି, କଣ କରୁଛନ୍ତି ସେଥିପାଇଁ ଏହି ସେଲିବ୍ରିଟିମାନଙ୍କୁ ସବୁବେଳେ ସଚେତନ ରହିବା ଆବଶ୍ୟକ ଏବଂ ଭୁଲ ଖବର ପୋଷ୍ଟ କରିବା ଅନୁଚିତ |

   Related Posts