ରୋଗୀ ମୃତ୍ୟୁକୁ ନେଇ ବଲାଙ୍ଗିର ସଇଁତଳା ମେଡିକାଲରେ ଉତ୍ତେଜନା
18/09/2018 at 2:48 AM

ବଲାଙ୍ଗିର ୧୭/୦୯: ରୋଗୀ ମୃତ୍ୟୁକୁ ନେଇ ବଲାଙ୍ଗିର ସଇଁତଳା ମେଡିକାଲରେ ଉତ୍ତେଜନା । ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି ।ମୃତକ ହେଲେ ସଇଁତଳା ଥାନା ଖଲିଆପାଲି ଗାଁର ଗୁଣମତୀ ବିଶି । ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରି ସଇଁନ୍ତଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ନା ଆମ୍ବୁଲେନ୍ସରେ ନା ମେଡିକାଲରେ ମହିଳା ଜଣଂକୁ ଅକ୍ସିଜେନ୍ ମିଳିପାରିଥିଲା । ସେଥିପାଇଁ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021