ପେଥାଇ ଇଫେକ୍ଟ : ସାରା ରାଜ୍ୟରେ ବର୍ଷା ଓ କୋହଲା ପାଗ, ଆଗକୁ ପ୍ରବଳ ଜାଡ ସୂଚନା

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର୧୮|୧୨: ପେଥାଇର ପ୍ରଭାବରେ ସାରା ଓଡିଶାରେ ବର୍ଷା ସମେତ କୋହଲା ପାଗ ଅନୁଭୁତ ହେଉଛି । ବିଭିନ୍ନ ସ୍ଥାନରେ ଝିପିଝିପି  ବର୍ଷା ସାଙ୍ଗକୁ ୨ରୁ ୩ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି । ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ବସ୍ତି ଅଞ୍ଚଳରେ ପାଲ ଓ ଝାଟିମାଟି ଘରେ ରହୁଥିବା ଗରିବ ଗୁରୁବାଙ୍କ ଦୁର୍ଦ୍ଦଶା ଅଧିକ ବଢିଯାଇଛି ।

wp:core-embed/youtube {"url":"https://www.youtube.com/watch?v=tVd5YguPITQ","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=tVd5YguPITQ
/wp:core-embed/youtube wp:gallery {"ids":[65081]} /wp:gallery

କୋହଲା ପାଗ। ଦେହ କୋଲ ମାରିଯାଉଛି। ତା ସାଙ୍ଗକୁ ଝିପିଝିପି ବର୍ଷା । କାଲୁଆ ପବନରେ ମଞ୍ଜ ଥରି ଯାଉଛି । ସାମୁଦ୍ରିକ ଝଡ ପେଥାଇ ପ୍ରଭାବରେ ଏଭଳି କୋହଲା ପାଗ ଲୋକଙ୍କୁ କାଲୁଆ କରିଦେଲାଣି  । ଟିକିଏ ଆରାମ ପାଇଁ କିଏ ଘର କଣରେ ବସିରହୁଛି  ତ ଆଉ କିଏ ସ୍ବେଟର ଆଉ ଚାଦର ଘୋଡେଇ ବସିଛି । କିଏ ନିଆଁ ପୁଇଁ ଉଷୁମ ନେଉଛି। ଅଧିକ ପ୍ରଭାବିତ ହୋଇଛନ୍ତି ବସ୍ତିର ରହୁଥିବା ଗରିବ ଗୁରୁବା । ଭଙ୍ଗା ଦଦରାଘରେ ପାଲ ଘୋଡାଇ ତାଟି କବାଟ ଆଉଯାଇ ଯେନେତେନ ପ୍ରକାରେ ଜୀବନ ବିତାଇଦେଉଛନ୍ତି ।.

wp:gallery {"ids":[65082]} /wp:gallery

ସାମୁଦ୍ରିକ ଝଡ଼ ପେଥାଇ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗି ରହିଛି । ଗତକାଲି ଠାରୁ ଏଭଳି ପାଗ ଲାଗି ରହିଛି । କୋହଲା ପାଗ ସାଙ୍ଗକୁ ଶୀତ ମଧ୍ୟ ବଢିଛି । ବିଭିନ୍ନ ସ୍ଥାନରେ ତାପମାତ୍ରା ମଧ୍ୟ ୨ରୁ ୩ଡିଗ୍ରୀ ହ୍ରାସ ପାଇଛି । ଆଗକୁ ଶୀତର ପ୍ରକୋପ ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

wp:gallery {"ids":[65083]} /wp:gallery

.

ଆଗାମୀ ଦିନରେ ଶୀତର ପ୍ରକୋପ ଅଧିକ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଥିବା ବେଳେ ଗରିବ ଗୁରୁବାଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହେବାକୁ ଯାଉଛି।

wp:gallery {"ids":[65084]} /wp:gallery

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.