ଶିନାବୋରା ହତ୍ୟା ମାମଲା: ପିଟର ମୁଖାର୍ଜୀଙ୍କୁ ମିଳିଲା ଜାମିନ

Published By : Prameya-News7 Bureau | February 06, 2020 IST

ମୁମ୍ବାଇ ୬।୨:  ଶିନା ବୋରା ହତ୍ୟା ମାମଲାରେ ପିଟର ମୁଖାର୍ଜୀଙ୍କୁ ଜାମିନ ମିଳିଛି। ବମ୍ବେ ହାଇକୋର୍ଟ ମୁଖାର୍ଜୀଙ୍କୁ ଜାମିନ ମଞ୍ଜୁର କରିଥିବା ବେଳେ ଚିକିତ୍ସା ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି। ଜାମିନ ନିବେଦନର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତ ପିଟରଙ୍କ ବିରୋଧରେ ପ୍ରିମାଫେସି ପ୍ରମାଣ ମିଳିନଥିବା କହିଥିଲେ। ଏଣୁ ସେ ଗତ ୪ ବର୍ଷ ହେଲା ଜେଲରେ ବନ୍ଦୀ ଥିବାରୁ ତାଙ୍କୁ ଚିକିତ୍ସା ସର୍ତ୍ତରେ ଜାମିନ ଦିଆଯାଇପାରିବ ବୋଲି କହିଥିଲେ।

{"id":221090,"width":582,"height":349,"sizeSlug":"large"}

ଜାମିନ ନିମନ୍ତେ ଜଷ୍ଟିସ୍ ନିତିନ ସେମ୍ବ୍ରୋଙ୍କ କୋର୍ଟ ପିଟରଙ୍କୁ ୨ ଲକ୍ଷଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜାମିନରେ ଥିବା ବେଳେ ସେ ତାଙ୍କ ୨ ସନ୍ତାନ ରାହୁଲ ଓ ବିଧିଙ୍କୁ ଭେଟି ପାରିବେନି ବୋଲି ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି। ଶିନାଙ୍କ ହତ୍ୟା ବେଳେ ପିଟର ଦେଶରେ ନଥିବା କୋର୍ଟ କହିଛନ୍ତି। ଏହି ହତ୍ୟାକାଣ୍ଡରେ ପିଟରଙ୍କ ସହ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଉଭୟ ଗତ ୨୦୧୫ ମସିହାରେ ଗିରଫ ହେବା ପରେ  ଜେଲରେ ଅଛନ୍ତି। ତେବେ ଏହା ହତ୍ୟାକାଣ୍ଡର ଏବେ ଶୁଣାଣି କୋର୍ଟରେ ଚାଲିଛି।

{"id":221091,"sizeSlug":"large"}

ଇତିମଧ୍ୟରେ ଇନ୍ଦ୍ରାଣୀ ଓ ପିଟରଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ମୁମ୍ବାଇ ଫ୍ୟାମିଲି କୋର୍ଟ ଉଭୟଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁରି ଦେଇଛନ୍ତି। ଉଭୟଙ୍କ ଇଛାନୁସାରେ ଏହି ବିବାହ ବିଚ୍ଛେଦ ହୋଇଛି। ୨୦୧୭ରେ ପିଟରଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ଇନ୍ଦ୍ରାଣୀ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.