ଲଟେରୀରେ ୫ କୋଟି ଟଙ୍କା ଜିତି ନିଜ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କଲେନି: ଖୋଜି ଖୋଜି ଅଜଣା, ଅଭାବୀଙ୍କୁ କଲେ ସାହାଯ୍ୟ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯ : ଯଦି ଜଣେ ଲଟେରୀରେ ୫ ଲକ୍ଷ ଟଙ୍କା ଜିତେ ତାହେଲେ ନିଶ୍ଚୟ ଖୁସିରେ ଝୁମି ଉଠିବ ଯେ ବିନା ପରିଶ୍ରମରେ ସେ ଏତେ ଟଙ୍କା ଜିତିଛି। ଅଷ୍ଟ୍ରେଲିଆର ପିଟର ଚାର୍ଲଟନଙ୍କ ସହ ମଧ୍ୟ ଏହିଭଳି ଘଟଣା ଘଟିଛି। ସେ ୫ କୋଟିର ଲଟେରୀ ଜିତିଛନ୍ତି। କିନ୍ତୁ ଏତେ ଟଙ୍କା ଜିତିବା ପରେ ବି ସେ ନିଜ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିନାହାନ୍ତି।

ଆପଣ ଭାବୁଥିବେ ପିଟର ଯଦି ଏତେ ଟଙ୍କା ନିଜେ ଖର୍ଚ୍ଚ କରିନାହାନ୍ତି ତାହେଲେ କଲେ କଣ ? ଜବାବ ଜାଣି ଆପଣ ବି ପିଟରଙ୍କୁ ପ୍ରଶଂସା କରିବେ। ଲଟେରୀରେ ଜିତିଥିବା ସମସ୍ତ ଟଙ୍କା ସେ ଅଭାବୀ ବନ୍ଧୁ, ଅଜଣା ବ୍ୟକ୍ତି ଓ କୋଭିଡ ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଲୋକଙ୍କୁ ବାଣ୍ଟି ଦେଇଛନ୍ତି। ନିଜ କାହାଣୀ ସେ ଲୋକଙ୍କ ସହ ସେୟାର କରିଛନ୍ତି।

ପିଟର ଚାର୍ଲଟନ ଟେଟ୍ସଲଟେରୀ ଜରିଆରେ ୫ ଲକ୍ଷ ପାଉଣ୍ଡ ଅର୍ଥାତ ପ୍ରାୟ ୫ କୋଟି ଟଙ୍କା ଲଟେରୀ ଜିତିଥିଲେ। ତେବେ ଜିତିଥିବା ରାଶି ସେ ନିଜ ପାଖରେ ରଖିବା ଠିକ ବୋଲି ଭାବିନଥିଲେ। ସେଥିପାଇଁ ସେ ସବୁତକ ରାଶି ସମାଜର ସେହି ଲୋକମାନଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନେଲେ ଯେଉଁମାନେ ଆବଶ୍ୟକ ଅଛି ଏବଂ ଯେଉଁମାନେ ଆର୍ଥିକ ଦୁର୍ବଳ। ସେ ଏହି ରାଶିରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ଏହି ଉପାୟ ଖୋଜିଥିଲେ ଯେପରି ଟଙ୍କାର ସଦୁପଯୋଗ ହୋଇପାରିବ। ସେ ନିଜ ମାମୁଁଙ୍କ ସ୍ମୃତିରେ ୩ଟି ଲଟେରୀ ଟିକେଟ କିଣିଥିଲେ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

{"id":519549,"sizeSlug":"full","linkDestination":"none"}

The Sun ରିପୋର୍ଟ ଅନୁଯାୟୀ, ପିଟର ଚାର୍ଲଟନ 7News YouTube Channel ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ସେ ନିଜ ମାମୁଁଙ୍କୁ ବହୁତ ଭଲପାଉଥିଲେ। ତାଙ୍କ ସ୍ମୃତିରେ କିଣିଥିବା ଲଟେରୀ ଜିତିବା ପରେ ସେ ଅନୁଭବ କରିଥିଲେ ଯେ ଏକ ସୁନା ଖଣି ଉପରେ ବସିଛନ୍ତି ଏବଂ ତାଙ୍କର ଲକ୍ଷ୍ୟ ଥିଲେ ଶୀଘ୍ର ଏଥିରୁ ମୁକ୍ତି ପାଇବା। ସେ ନିଜ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସ୍ଫର କଲେ। ଆର୍ଥିକ ରୂପେ ଦୁର୍ବଳ ଥିବା ଲୋକ ଓ ଅଭାବୀଙ୍କୁ ଜିତିଥିବା ଟଙ୍କା ପଠାଇବାକୁ ମେସେଜ ପଠାଇଲେ। ପ୍ରଥମେ ସମସ୍ତେ ଏହାକୁ ଫେକ ଭାବିଥିଲେ। ଲୋକଙ୍କ ବ୍ୟାଙ୍କ ଡିଟେଲ ପାଇବା ଯେତେବେଳେ ତାଙ୍କ ପାଇଁ ମୁସ୍କିଲ ହୋଇଥିଲା ସେ ଲୋକଙ୍କ କିଣାକିଣି ପାଇଁ ନିଜେ ଟଙ୍କା ଦେଇଥିଲେ। ପିଜ୍ଜା, ରେସ୍ତୋରାଁରେ ବି ସେ ଅଭାବୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ। ସେ କହିଛନ୍ତି ଯେ ଲୋକଙ୍କୁ ସାହାଯ୍ୟ କରି ସେ ଆନନ୍ଦିତ ଅନୁଭବ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.