Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବାତ୍ୟା ପେ-ଟାଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ଆଶଙ୍କା: ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ

16/12/2018 at 10:45 AM

ଦକ୍ଷିଣପୂର୍ବ ବଙ୍ଗୋପସାଗରେ କେନ୍ଦ୍ରୀଭୂତହୋଇଥିବା ବାତ୍ୟା ପେ-ଟାଇ ଆଜି ସଂଧ୍ୟା ସୁଦ୍ଧା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଗତ ୬ ଘଣ୍ଟା ଭିତରେ ଏହା ଘଣ୍ଟା ପ୍ରତି ୧୩କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମଦିଗରେ ଗତି କରୁଛି । ଏବେ ଏହା ଚେନ୍ନାଇଠାରୁ ୫୩୦କିଲୋମିଟରଏବଂ ଆନ୍ଧ୍ର ମଚ୍ଛଲିପଟନମ୍ ଠାରୁ ୬୯୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲିସଂଧ୍ୟା ସୁଦ୍ଧା ଏହା ମଚ୍ଛଲିପଟନମ୍ଏବଂ କାକିନାଡା ଉପକୂଳ ଭିତରେ ସ୍ଥଳଭାଗ ଛୁଇଁବ । ବାତ୍ୟା ପେ-ଟାଇ ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶରେ ଆଜି ଏବଂ ଆସନ୍ତାକାଲିପ୍ରବଳ ବର୍ଷା ହେବ । ଆନ୍ଧ୍ରପ୍ରଦେଶର ଗୋଦାବରୀ, ବିଶାଖାପଟନମ୍, କ୍ରିଷ୍ଣା,ଗୁଣ୍ଟୁର ଏବଂ ୟନମ୍ ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତିସର୍ବାଧିକ ୮୦କିଲୋମିଟରରହିବ । ବାତ୍ୟା ପ୍ରଭାବରେ ବଙ୍ଗାପସାଗର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହା ଯାଇଛି । ଓଡିଶାରେ ବାତ୍ୟାର ପ୍ରଭାବ ନାହିଁ । ତେବେ ଏହା ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜିଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପୂର୍ବାନୁମାନକରିଛି ପାଣିପାଗ ବିଭାଗ । ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି,କନ୍ଧମାଳ ଓ ନବରଙ୍ଗପୁର ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି।

   Related Posts