ପୋଷା କୁକୁର ଏତେ ବିଶ୍ୱସ୍ତ ! ପ୍ରବଳ ଥଣ୍ଡାରେ ବି ଦୁଇ ମାସ ଧରି ମାଲିକଙ୍କ ଅପେକ୍ଷାରେ ସମୁଦ୍ରକୁ ଚାହିଁ ରହିଥିବା ଚେରନିଶ୍‌ର କାହାଣୀ ହୃଦୟକୁ ଛୁଇଁବ…

Published By : Prameya-News7 Bureau | May 07, 2020 IST

ମସ୍କୋ, ୦୭|୦୫: କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ । ଅନେକ ସମୟରେ ପୋଷା କୁକୁର ନିଜ ମାଲିକର ଜୀବନ ବଞ୍ଚାଇଥିବା ନେଉ ଅନେକ ଉଦାହରଣ ରହିଛି । ଋଷିଆର ମାଗାଡାନରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ପୋଷା କୁକୁର ବରଫବୃତ ଅଞ୍ଚଳରେ ନିଜ ମାଲିକର ଫେରିବା ବାଟକୁ ଚାହିଁ ୨ ମାସ କାଳ ଅପେକ୍ଷା କରିଥିଲା।

{"id":266286,"width":746,"height":419,"sizeSlug":"large"}

କୁକୁରଟିର ମାଲିକ ଏକ ସମୁଦ୍ର କୂଳରେ ପହଁଚିବା ପରେ କୁକୁରଟିକୁ ଛାଡି ଚାଲିଯାଇଥିଲେ । କୁକୁରଟି ଏକା ହୋଇଯାଇଥିଲା । ଏପରିକି ସେ ତାହାର ମାଲିକକୁ ଶେଷଥର ପାଇଁ ଦେଖିଥିବା ସ୍ଥାନରେ ସେମିତି ରହିଥିଲା । ତେବେ ୨ ମାସ ପରେ ଜଣେ ଚିଡିଆଖାନା କର୍ମଚାରୀ ତାକୁ ଉଦ୍ଧାର କରିଥିଲେ । ସେ କୁକୁରଟିକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସମୟ ପାଇଁ କୁକୁରଟି  ଧରା ଦେଇନଥିଲା । ପରେ ସେ କୁକୁରଟିକୁ ଖାଇବାକୁ ଦେଇଥିଲେ । ସେ ଏହି ବ୍ଲାକ୍ ଋଷିଆନ୍ ଟେରିଅର୍ ବ୍ରିଡର କୁକୁରଟିକୁ ହାଚିକୋ ନାମ ଦେଇଥିଲେ । କାରଣ ହାଚିକୋନାମକ ଏକ କୁକୁର ଜାପାନରେ ତା ମାଲିକର ଫେରିବା ବାଟକୁ ୯ ବର୍ଷ ଧରି ଅପେକ୍ଷା କରିବା ପରେ ପ୍ରାଣ ହରାଇଥିଲା ।

{"id":266287,"width":749,"height":497,"sizeSlug":"large"}

ମାଗାଡାନରେ ଫସିଥିବା କୁକୁରଟି ୨ ମାସ ଧରି ମାଲିକକୁ  ଅପେକ୍ଷା କରିଥିଲେ । ଏହାପରେ ଚିଡିଆଖାନା କର୍ମଚାରୀଜଣଙ୍କ କିଛି ଲୋକଙ୍କ ସହ ମିଶି କୁକୁରଟିକୁ ଟ୍ରାଙ୍କୁଲାଇଜ୍ କରି ଧରିଥିଲେ । ଏହାପରେ ତାକୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ଅଛି । ତାହାର ନୂଆ ନାଁ ମଧ୍ୟ ଚେରନିଶ୍ ଦିଆଯାଇଛି । ତାକୁ ଉଦ୍ଧାର କରିଥିବା ସେହି ଚିଡିଆଖାନା କର୍ମଚାରୀଜଣଙ୍କ ଏବେ କୁକୁରଟିର ନୂଆ ମାଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.