ଦେଢ଼ ଲକ୍ଷ ମୂଲ୍ୟର ହୀରା ଗିଳିଦେଲା କୁକୁର : ଅପରେସନରେ ବାହାରିଲା ଛୁଞ୍ଚି, ସୁତା, ରବର, ବୋତାମ...

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮/୦୬ : ଗହଣା ପ୍ରତି ମହିଳାମାନଙ୍କ ଦୁର୍ବଳତା ରହିଥାଏ ଏହା ସମସ୍ତେ ଜାଣିଛନ୍ତି | ହୀରା ଗହଣା କଥା ଶୁଣି ଯେକୌଣସି ମହିଳାଙ୍କ ଆଖିରେ ଏକ ଚମକ ଆସିଯାଇଥାଏ | ହୀରା ଏତେ ମହଙ୍ଗା ତ ମହିଳାଙ୍କ ତା ପ୍ରତି ଦୁର୍ବଳତା ରହିବା ସାଧାରଣ କଥା | କିନ୍ତୁ ହୀରା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ | ଥରେ ଭାବିଲେ, ଆପଣ ହୀରା ଗହଣା କିଣିଛନ୍ତି କିନ୍ତୁ ତାକୁ ଆପଣଙ୍କ ପ୍ରିୟ ପୋଷା କୁକୁର ଗିଳି ଦେଇଛି | କେମିତି ଲାଗିବ ଆପଣଙ୍କୁ ? ଶୁଣିକି ହିଁ ହୋସ ଉଡିଯିବ | ଲକ୍ଷ ଲକ୍ଷ ଟଙ୍କା ଦେଇ କିଣିଥିବା ହୀରା କୁକୁର ଗିଲିଗଲା |

ଏହିଭଳି ଏକ ଘଟଣା ପୁନେରେ ଦେଖିବାକୁ ମିଳିଛି | ପୁନେର ଜଣେ ହୀରା ବ୍ୟବସାୟୀଙ୍କ କୁକୁର ଖେଳୁଥିବା ସମୟରେ ଦୁଇଟି ହୀରା ଗିଳିଦେଲା | ହୀରାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା | କୁକୁର ହୀରା ଗିଳିଦେବା ପରେ କୁକୁରର ମାଲିକ ଡରି ଯାଇଥିଲେ | ବ୍ୟବସାୟୀ ଜଣକ ତୁରନ୍ତ କୁକୁରକୁ ହସ୍ପିଟାଲ ନେଇଯାଇଥିଲା | ହୀରା ବାହାର କରିବା ପାଇଁ ହସ୍ପିଟାଲରେ କୁକୁରର ଅପରେସନ କରାଗଲା | ଡାକ୍ତର ଯେତେବେଳେ କୁକୁରର ଅପରେସନ କଲେ ସେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ | କୁକୁର ପେଟରେ କେବଳ ହୀରା ନଥିଲା, ବରଂ ଛୁଞ୍ଚି, କୋଟର ଦୁଇଟି ବୋତାମ, ରବର ତାର ଆଉ କିଛି ସୁତା ମିଳିଥିଲା |

ତେବେ କୁକୁର ହୀରା କାହିଁକି ଏବଂ କିଭଳି ଗିଳିଲା ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରିଛି | ଡାକ୍ତର କହିଛନ୍ତି ହୀରାର ଚମକ ଦେଖି କୁକୁର ହୀରାକୁ ଅନ୍ୟ କିଛି ଖାଇବା ଜିନିଷ ଭାବି ଗିଳି ଦେଇଥିବ | ଚମକଦାର ଜିନିଷକୁ ଦେଖି କୁକୁର ଆକର୍ଷିତ ହୋଇଥିବା ବୋଲି ମଧ୍ୟ ଡାକ୍ତର ସନ୍ଦେହ କରିଛନ୍ତି | ସେଥିପାଇଁ ସେ ଛୁଞ୍ଚି, ସୁତା, କୋଟ ବୋତାମ ଆଦି ମଧ୍ୟ ଗିଳିଯାଇଥିଲା | ତେବେ ଏସବୁ ଚୋବେଇ ନ ପରି ସେ ଗିଳି ଦେଇଛି ବୋଲି ଡାକ୍ତର କହିଛନ୍ତି | ଅପରେସନ ପରେ କୁକୁର ସମ୍ପୂର୍ଣ ସୁସ୍ଥ ଅଛି | ଡାକ୍ତର କୁକୁର ପେଟରୁ ସମସ୍ତ ଜିନିଷ ବାହାର କରିଦେଇଛନ୍ତି ସେ ଯାହାସବୁ ଗିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.