ନ୍ୟୁୟର୍କ ୨୩।୦୪ : ସାରାବିଶ୍ୱରେ କରୋନା ମହାମାରୀ ରୂପ ଧାରଣ କରିସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୨୬ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତକ ସଂଖ୍ୟା ୧ଲକ୍ଷରୁ ଅଧିକ ରହିଛି । ପ୍ରଥମେ ମଣିଷ ପରେ ଖବର ଆସିଲା ଯେ ବାଘ ଦେହରେ କରୋନା ଲକ୍ଷଣ ଦେଖାଦଇଛି । ଆଉ ଏବେ ପୋଷା ବିରାଡ଼ି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଆମେରିକାର ନ୍ୟୁୟର୍କ ରାଜ୍ୟରେ ଦୁଇଟି ପୋଷା ବିରାଡ଼ି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି ।
{"id":258657,"sizeSlug":"large"}ଆମେରିକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଗୁଡିକ ନ୍ୟୁୟର୍କ ରାଜ୍ୟରେ ଦୁଇଟି ପୋଷା ବିଲେଇଙ୍କ ମଧ୍ୟରେ କରୋନା ଭାଇରସର ପ୍ରଥମ ମାମଲା ମିଳିଥିବାର ସୂଚନା ଦେଇଛନ୍ତି । ତଥାପି, ସେମାନେ ଏହି ପଶୁମାନଙ୍କର ରୁଟିନ୍ ଟେଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି ।
{"id":258658,"sizeSlug":"large"}ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) ଏବଂ USDA ଜାତୀୟ ପ୍ରାଣୀ ଚିକିତ୍ସା ସେବା ଲାବୋରେଟୋରୀ (NVSL) ଆଜି SARS-CoV-2ର ପ୍ରଥମ ନିଶ୍ଚିତ ମାମଲା ଘୋଷଣା କରିଛି । ଦୁଇଟି ପୋଷା ବିଲେଇ ଠାରେ ଏହି ଭାଇରସ ଥିବାର CDC ପ୍ରକାଶ କରିଛି । ଏଥିରେ ଆଉମଧ୍ୟ କୁହାଯାଇଛି , “ଏହି ସମୟରେ ପଶୁମାନଙ୍କର ରୁଟିନ୍ ଟେଷ୍ଟିଂ ପାଇଁ ସୁପାରିଶ କରାଯାଇ ନାହିଁ। ଯଦି ଆମେରିକାରେ ଅନ୍ୟ ପଶୁମାନଙ୍କ ଠାରେ SARS-CoV-2ର ପଜିଟିଭ ବୋଲି ନିଶ୍ଚିତ କରାଯାଏ, USDA କିଛି ସ୍ବତନ୍ତ୍ର ପଦକ୍ଷେପ ନେବ”।
ବିରାଡ଼ି ଦୁଇଟି ରାଜ୍ୟର ପୃଥକ୍ ଅଞ୍ଚଳରେ ରହୁଥିଲେ। ସପ୍ତାହେ ତଳେ ପ୍ରଥମ ବିରାଡ଼ିଟି ଅସୁସ୍ଥ ହୋଇ ପଡ଼ିଥିଲା। କିନ୍ତୁ, ଏହି ବିରାଡ଼ି ରହୁଥିବା ପରିବାରେ କେହି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି। ଦ୍ବିତୀୟ ବିରାଡ଼ିର ମାଲିକ କିନ୍ତୁ, କରୋନାଭାଇରସ୍ ଦ୍ବାରା ସଂକ୍ରମିତ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତାଙ୍କ ଘରେ ଥିବା ଅନ୍ୟ ଗୋଟାଏ ବିରାଡ଼ି ଠାରେ ଅସୁସ୍ଥତାର କୌଣସି ଲକ୍ଷଣ ଦେଖା ଯାଇନାହିଁ।