Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଗସାପ ସହ ବିଲେଇର ଲଢେଇ

କଟକ ଜିଲ୍ଲା ବାଂକି ଅଂଚଳରେ ବିଲେଇର ଭୁରି ଭୁରି ପ୍ରଶଂସା
ବାଙ୍କି ୧୦|୮-ନାଗସାପ ସହ ବିଲେଇର ଲଢେଇ । ନାଗ ଚୋଟରେ ହାରିଯାଇ ମରିଯାଇଛି ସିନା ହେଲେ ମାଲିକର ଘର ଭିତରକୁ ପଶିବାକୁ ଦେଇନି ବିଲେଇ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ।
ଘରେ ପଶିବାକୁ ଉଦ୍ୟମ କରୁଛି ବିରାଟ ନାଗସାପ । ହେଲେ ବାଟ ଅଟକାଇଛି ଛୁଆ ବିଲେଇ । ଦୀର୍ଘ ସମୟ ଧରି ଏମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗିଛି । ହେଲେ ବାଟ ଛାଡିନି ବିଲେଇ । ଯଥାସାଧ୍ୟ ନାଗକୁ ଅଟକାଇବାକୁ ଚେଷ୍ଟା କରିଛି । ହେଲେ ଛଅ ଫୁଟିଆ ନାଗର ଦଂଶନ ଆଗରେ ହାର ମାନିଛି ବିଲେଇ ଛୁଆଟି । ଦୀର୍ଘ ସମୟ ଧରି ବାଟ ଅଟକାଇବାରୁ ରାଗିଯାଇ ନାଗ ସାପଟି ବିଲେଇକୁ ଚୋଟ ମାରିଛି । ଯେଉଁଥିରେ ବିଲେଇ ଛୁଆର ପ୍ରାଣ ଯାଇଛି । ଚୋଟ ମାରିବା ପରେ ମଧ୍ୟ ଦୀର୍ଘ ସମୟ ଧରି ନାଗ ସାପ ମୃତ ବିଲେଇ ପାଖରେ ଫଣା ଟେକି ଜଗି ରହିଥିଲା । ଘଟଣା ସଂର୍ପକରେ ପରିବାର ଲୋକ ଜାଣିବା ପରେ ସ୍ନେକ ହେଲପ ଲାଇନ ସଦ୍ୟଙ୍କୁ ଡ଼ାକିଥିଲେ । ସ୍ନେକ ହେଲପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ନାଗ ସାପଟିକୁ ଉଦ୍ଧାର କରିଥିଲେ । କଟକ ଜିଲ୍ଲା ବାଙ୍କୀ ଅଂଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଜୟ ନନ୍ଦଙ୍କ ଘରେ ଏକ ନାଗସାପ ପଶିଯାଇଥିଲା । ଯାହାକୁ ଦେଖିଥିଲା ବିଜୟଙ୍କ ଘରେ ରହୁଥିବା ପୋଷା ବିଲେଇ ଏବଂ ତାର ଛୁଆ । ତେବେ ଘର ଭିତରକୁ ଯିବାପାଇଁ ଦେଇ ନଥିଲା ବିଲେଇ ଛୁଆ । ମାଲିକଙ୍କ ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିଥିଲା । ଏବେ ବର୍ଷା ଦିନରେ ବିଭିନ୍ନ ସ୍ଥାନରେ ସାପ ଦେଖିବାକୁ ମିଳୁଛନ୍ତି । ତେଣୁ ଏଥିପ୍ରତି ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

2530 Views

   You May Also Like