Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦେଶଦ୍ରୋହୀ ମୁଶାରଫ! କାରଗିଲ୍ ଯୁଦ୍ଧ କରିଥିବା ମୁଶାରଫଙ୍କୁ ନିଜ ଦେଶ ପାକିସ୍ତାନରେ ଦେଶଦ୍ରୋହ ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ

17/12/2019 at 5:12 PM

ଇସଲାମାବାଦ ୧୭।୧୨ –  ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଦେଶଦ୍ରୋହ ଅପରାଧରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ପାକିସ୍ତାନର ଏକ ବିଶେଷ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ହେଲେ ମୁଶାରଫ ଏବେ ଦୁବାଇରେ ନିର୍ବାସନ କାଟୁଛନ୍ତି ।…

ମୁଶାରଫଙ୍କୁ ସଜା-ଏ-ମୌତ୍ । ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ।ପେଶାୱର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ୱକାର ଅହମ୍ମଦ ସେଠ୍‌ଙ୍କ ନେତୃତ୍ବରେ ୩ ସଦସ୍ୟ ବିଶିଷ୍ଟ ଅଦାଲତ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ତାଙ୍କ ବିରୋଧରେ ୨୦୦୭ ନଭେମ୍ବର ୩ରେ ପାକିସ୍ତାନରେ ଜରୁରିକାଳୀନ ପରିସ୍ଥିତି ଲଗାଇଥିବାରୁ ଦେଶଦ୍ରୋହ ମାମଲା ଚାଲିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସରକାର ଥିବା ସମୟରେ ଏହି ମାମଲା ରୁଜୁ କରାଯାଇଥିଲା ।୨୦୧୩ରୁ ଏହି ମାମଲା ଚାଲିଆସୁଛି ।୨୦୧୪ ମାର୍ଚ୍ଚ ୩୧ରେ ପରଭେଜ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ସେହିବର୍ଷ ସେପ୍‌ଟେମ୍ବର ମାସରେ ଅଭିଯୋଗକାରୀ ପକ୍ଷ ସମସ୍ତ ସାକ୍ଷ୍ୟ ବିଶେଷ ଅଦାଲତ ସାମ୍ନାରେ ରଖିଥିଲେ ।କିନ୍ତୁ ଏହି ମାମଲାକୁ ନେଇ ଅନେକ ଗୁଡ଼ିଏ ପିଟିସନ୍‌ ଦାୟର କରାଯିବା ପରେ ରାୟ ଆସିବା ନେଇ ଡେରି ହୋଇଥିଲା ।ମାମଲା ବିଚାର ଡେରି ହେବାଯୋଗୁଁ ପରଭେଜ ମୁଶାରଫ୍‌ ଶୀର୍ଷ ଅଦାଲତ ଏବଂ ଗୃହ ମନ୍ତ୍ରାଳୟର ମଞ୍ଜୁରୀ ପରେ ୨୦୧୬ରେ ପାକିସ୍ତାନ ବାହାରକୁ ଚାଲିଯାଇଥିଲେ ।ଗତ ନଭେମ୍ବର ୨୮ରେ ଇସଲାମାବାଦ ହାଇକୋର୍ଟ ମୁଶାରଫ ଏବଂ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦାୟର ପିଟିସନ୍‌ର ଶୁଣାଣି କରି ମାମଲାର ରାୟ ଉପରେ ରୋକ୍ ଲଗାଇଥିଲେ ।

୭୬ ବର୍ଷୀୟ ମୁଶାରଫଙ୍କୁ ଦେଶଦ୍ରୋହ ମାମଲାରେ କୋର୍ଟ ଡିସେମ୍ବର ୫ରେ ବୟାନ ରେକର୍ଡ କରାଇବାକୁ କହିଥିଲେ । କିନ୍ତୁ ଏକ ଭିଡିଓ ଜାରି କରି ମୁଶାରଫ ତାଙ୍କ ସମର୍ଥକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେ ଗୁରୁତର ଅସୁସ୍ଥ ଅଛନ୍ତି । ତେଣୁ ଦେଶକୁ ଫେରି ନିଜର ବୟାନ ଦେଇପାରିବେ ନାହିଁ । ପାକିସ୍ତାନୀ ଗଣମାଧ୍ୟମର କହିବା ଅନୁସାରେ ମୁଶାରଫ ଏକ ବିରଳ ରୋଗ ଅମିଲାଇଡୋସିସ୍‌ରେ ପୀଡ଼ିତ ଅଛନ୍ତି ।ଏହି ରୋଗ ହେଲେ ଶରୀରରେ ପ୍ରୋଟିନ ବିଭିନ୍ନ ଅଙ୍ଗରେ ଜମା ହୋଇଯାଇଥାଏ ।ଏବେ ଦୁବାଇରେ ତାଙ୍କର ଚିକିତ୍ସା ଚାଲିଛି ।

ମୁଶାରଫ ତାଙ୍କ ସମର୍ଥକଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଭିଡିଓରେ କହିଥିଲେ ଯେ ସେ ୧୦ ବର୍ଷ ଧରି ଦେଶବାସୀଙ୍କର ସେବା କରିଆସିଛନ୍ତି ।ସେ ସବୁବେଳେ ଦେଶର ସ୍ବାର୍ଥ ପାଇଁ କାମ କରିଆସିଛନ୍ତି ।ସେ ନିଜେ ଦେଶ ପାଇଁ ଯୁଦ୍ଧ ଲଢ଼ିଛନ୍ତି ।ସେ ଦୃଷ୍ଟିରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବାର କୌଣସି ଯଥାର୍ଥତା ନାହିଁ ।…

   Related Posts