ଏହି ଅଞ୍ଚଳରୁ ଡାକ୍ତରୀ ପାଠ ପଢିଥିଲେ ଭାରତରେ କରି ପାରିବେ ନାହିଁ ପ୍ରାକ୍ଟିସ୍

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର କୌଣସି ବି ମେଡିକାଲ ଇନଷ୍ଟିଚ୍ୟୁୟଟ୍‌ରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ଭାରତରେ ପ୍ରାକ୍ଟିସ୍‌ କରିବା ଉପରେ ରୋକ୍ ଲଗାଇଛନ୍ତି। ଏମସିଆଇ ତରଫରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ପାକ୍ ଅଧିକୃତ କାଶ୍ମୀର ଓ ଲଦାଖ((POJKL)ରେ ସ୍ଥିତ କୌଣସି ବି ମେଡିକାଲ କଲେଜରେ ପଢୁଥିବା ବ୍ୟକ୍ତି ଭାରତରେ ମୋର୍ଡେନ ମେଡିସିନରେ ପଢି ପାରିବ ନାହିଁ।

wp:html /wp:html

ଏମସିଆଇ ନୋଟିସ୍‌ରେ କହିଛି, ସୂଚିତ କରାଯାଉଛି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖର ପୂରା କ୍ଷେତ୍ର ଭାରତର ଅଭିନ୍ନ ଅଙ୍ଗ। ପାକିସ୍ତାନ ଏହା ଉପରେ ଅବୈଧ କବଜା କରିଛି। ନିୟମ ଅନୁଯାୟୀ ପାକିସ୍ତାନ ପାକ୍ ଅଧିକୃତ ଜାମ୍ମୁ-କାଶ୍ମୀର ଓ ଲଦାଖରେ ସ୍ଥିତ କୌଣସି ବି ମେଡିକାଲ ସଂସ୍ଥାକୁ ଆଇଏମସି ଆକ୍ଟ ୧୯୫୬ ଆଧାରରେ ଅନୁମତି ଜରୁରୀ। ପାକ୍ ଅଧିକୃତ ଜାମ୍ମୁ-କାଶ୍ମୀର ଓ ଲଦାଖର କୌଣସି ବି ମେଡିକାଲ କଲେଜକୁ ଏହି ଅନୁମତି ଦିଆଯାଇ ନାହିଁ। ତେଣୁ ଏହି ଅଞ୍ଚଳର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିଥିବା କିମ୍ବା ପଢୁଥିବା ବିଦ୍ୟାର୍ଥୀଙ୍କୁ ଭାରତରେ ପ୍ରାକ୍ଟିସ୍ କରି ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.