Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପେନସନଭୋଗୀଙ୍କ ଲାଗି ଜରୁରି ଖବର, ବଢ଼ିଲା ଲାଇଫ ସାର୍ଟିଫିକେଟ ଜମା କରିବାର ଅବଧି

2/12/2021 at 8:33 PM

ନୂଆଦିଲ୍ଲୀ ୨।୧୨:  କାର୍ମିକ, ଜନ ଅଭିଯୋଗ ଓ ପେନସନ୍‌ ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଲାଇଫ ସାର୍ଟିଫିକେଟ ଦାଖଲ ସମୟ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏଥିଲାଗି ପ୍ରଥମେ ୩୦ ନଭେମ୍ବର ୨୦୨୧ ଶେଷ ତାରିଖ ଥିଲା। ଏହି ସମୟ ସୀମା ମଧ୍ୟରେ ଯେଉଁମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିନଥିଲେ ସେମାନେ ଏହି ସମ୍ପ୍ରସାରିତ ଅବଧିରେ ଦାଖଲ କରିପାରିବେ।

ମନ୍ତ୍ରାଳୟଙ୍କ ଏହି ନିଷ୍ପତ୍ତି ଅନୁସାରେ ଯେଉଁ ପେନସନ ଭୋଗୀ ନଭେମ୍ବର ୩୦ ତାରିଖ ମଧ୍ୟରେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି ଡିସେମ୍ବର ପହିଲାରେ ସେମାନଙ୍କ ପେନସନ ବନ୍ଦ କରାଯାଇ ନାହିଁ। ଅନେକ ପେନସନଭୋଗୀ ନିର୍ଦ୍ଧାରିତ ଅବଧିରେ ସେମାନଙ୍କ ଲାଇଫସାର୍ଟିଫିକେଟ କରିପାରିନଥିଲେ। ଏଣୁ ବିଭିନ୍ନ ବ୍ୟାଙ୍କରେ ଭିଡ ଜମାଇଛନ୍ତି। ପେନସନରଙ୍କ ସମସ୍ୟାକୁ ନଜରରେ ରଖି ମନ୍ତ୍ରାଳୟ ଅବଧି ସମ୍ପ୍ରସାରଣ କରିଛନ୍ତି।

ଦେଶରେ ଏବେବି କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ବୟସ୍କ ନାଗରିକଙ୍କ ଲାଗି ଭୂତାଣୁର ବିପଦ ମଧ୍ୟ ରହୁଛି। ଏଣୁ ଅନେକ ପେନସନଧାରୀ ନିୟମିତ ସମୟରେ ପହଞ୍ଚି ଜୀବନ ପ୍ରମାଣପତ୍ର କରିପାରି ନଥିଲେ। କରୋନାକୁ ନଜରରେ ରଖି ମନ୍ତ୍ରାଳୟ ଏପରି ନିଷ୍ପତ୍ତି ନେଇଥିବା ସୂଚିତ କରିଛନ୍ତି।  

   Related Posts