କୋଭିଡ଼ ନିୟମ ପାଳନର ଦୃଷ୍ଟାନ୍ତ ରଖିଲେ ଭି.କେ ପାଣ୍ଡିଆନ୍‌, କାର୍‌ ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳକୁ ଆଣିଲେ

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର ୧୫।୦୮: ସାରାଦେଶରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଭୁବନେଶ୍ୱର ଏବଂ ଦେଶର ବିଭିନ୍ନ ସ୍ଥାନରେ ସମାରୋହ ପାଳନ କରାଯାଇଛି । ତେବେ  କୋଭିଡ କଟକଣା ଭିତରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ  କିଛି ନିଆରା ଓ ଭିନ୍ନତା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।

{"id":314853,"sizeSlug":"large"}

ରାଜଧାନୀର ପ୍ରଦର୍ଶନୀ ପଡିଆରେ  ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ଗାଇଡଲାଇନ ତଥା କଟକଣା ଭିତରେ ସମାରୋହ ପାଳନ ହୋଇଥିବା ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ଗାଇଡ୍‌ଲାଇନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଆଜି ଉତ୍ସବରେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଥିବା ବେଳେ ତାହାକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।

{"id":314854,"sizeSlug":"large"}

ଘଟଣାଟି ଥିଲା ମୁଖ୍ୟମନ୍ତ୍ରୀଙ୍କ କାର ଚାଳକ ଆସନରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ସଚିବ ଭି.କେ ପାଣ୍ଡିଆନ୍  । ଶ୍ରୀ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଡ୍ରାଇଭିଂ କରି ତାଙ୍କୁ ସଭାସ୍ଥଳକୁ ଆଣିଆସିଥିଲେ । କୋଭିଡ଼ ନିୟମ ପାଳନ କରି ଶ୍ରୀ ପାଣ୍ଡିଆନ୍‌ ଏପରି କରିବା ସହ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ କାର୍‌ରେ ସଭାସ୍ଥଳକୁ ଆଣିବା କୋଭିଡ଼ ନିୟମ ପାଳନ ସହ ତାଙ୍କ ବିନମ୍ରତାର ପରିଚୟ  ଦେଇଛି। ଏବଂ ଏହା ଏକ ବିରଳ ଉଦାହରଣ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.