Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଗୁହାରୀ ଶୁଣିଲେନି ସରକାର: ଦୀର୍ଘଦିନର ସଂଘର୍ଷ ପରେ ଆଖିବୁଜିଲେ ଯୁବକ

3/05/2021 at 12:14 PM

ତାମିଲନାଡୁ ୩/୫: ଶେଷରେ ନୀରବି ଗଲେ ଅନିଲ ସାହାନୀ । ଦୀର୍ଘଦିନର ବୁକୁଫଟା ଚିତ୍କାର ପରେ ସବୁଦିନ ପାଇଁ ଆଖିବୁଜିଲେ ଅନିଲ୍ । ଗତି କିଛିଦନ ତଳେ ସୋସିଆଲ ମିଡିଆରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ସହଯୋଗ ମାଗିଥିଲେ ଜଣେ ଯୁବକ ।

କୋଭିଡ ସଂକ୍ରମିତ ହେବା ପରେ ଅନିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଅକ୍ସିଜେନ ଅଭାବ କାରଣରୁ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଫଳରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ବଞ୍ଚାଇବାକୁ ନିବେଦନ କରିଥିଲେ । ଅନିଲ କହିଥିଲେ ମୋତେ ବଞ୍ଚାଇ ଦିଅନ୍ତୁ ସରକାର । କାରଣ ମୋ ପରିବାର ପାଇଁ ଜୀବନ ବଞ୍ଚିବା ନିହାତି ଦରକାର । ମୋ ଏକମାତ୍ର ଭଉଣୀ କ୍ୟାନସରରେ ପୀଡିତି ଅଛି ।

ଦୀର୍ଘ ଦେଢ ବର୍ଷ ହେବ ତାର ଡାଇଲେସିସ ଚାଲିଛି । ତାର ଦେଖାଶୁଣା କରିବାକୁ କେହି ନାହିଁ । ସେଥିପାଇଁ ମୁଁ ନବଞ୍ଚିଲେ ମୋ ଭଉଣୀ କଥା କିଏ ବୁଝିବ । ଏମିତି ଦୁଃଖଭରା ଭିଡିଓ କରି ସେ ସରକାରଙ୍କୁ ଗୁହାରୀ କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିପାରିନଥିଲା ଅନିଲଙ୍କ କରୁଣ ଚିତ୍କାର । ୬ ଦିନ ଆଇସିୟୁରେ ସଂଘର୍ଷ କରିବା ପରେ ଚାଲିଗଲା ନୀରିହ ଜୀବନ ।

   Related Posts