ମୁଣ୍ଡବିନ୍ଧା ଏହି ତିନୋଟି ଭୟଙ୍କର ରୋଗର ସଂକେତ ଦେଇଥାଏ, ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ

Published By : Prameya-News7 Bureau | July 29, 2019 IST

ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷଙ୍କୁ ଆରାମ ନେବାକୁ ସମୟ ହେଉନାହିଁ। କାର୍ଯ୍ୟମୟ ଜୀବନରେ ମୁଣ୍ଡ ବିନ୍ଧାଭଳି ଏକ ସମସ୍ୟା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ହେଲେ ମୁଣ୍ଡବିନ୍ଧାକୁ ଏକ ସାମନ୍ୟ କଥା କହି ଲୋକମାନେ ଅଣଦେଖା କରିଥାନ୍ତି। ମୁଣ୍ଡବିନ୍ଧାର ପ୍ରତିକାର ଯଦି ଆପଣ ନକରନ୍ତି, ତେବେ ଏହି ୩ଟି ଭୟଙ୍କର ରୋଗରେ ଶିକାର ହୋଇପାରନ୍ତି।

ମାଇଗ୍ରେନ ରୋଗ

ମାଇଗ୍ରେନ ରୋଗରେ ଲଗାତର ଭାବେ ମୁଣ୍ଡବିନ୍ଧା ହୋଇଥାଏ। ବ୍ୟକ୍ତି କାମସାରି ଘରୁ ଫେରିବା ସମୟରେ ମୁଣ୍ଡବିନ୍ଧା ଯନ୍ତ୍ରଣାରେ ଅତିସହ୍ୟ ହୋଇପଡ଼ିଥାଏ। ଏହି ଯନ୍ତ୍ରଣାକୁ ଅଣଦେଖା କରିବା ଉଚିତ ନୁହେଁ କାରଣ ଏହା ମାଇଗ୍ରେନ ଭଳି ଭୟଙ୍କର ରୋଗର ସଂକେତ ଦେଇଥାଏ। ଏହି ରୋଗ ଦ୍ବାରା ମଣିଷ ଧୀରେ ଧୀରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥାଏ। ଏହି ରୋଗରେ ବ୍ୟକ୍ତି ଜଣଙ୍କ ସବୁ କଥା ଧୀରେ ଧୀରେ ଭୁଲି ଯାଇଥାଏ। ଏହି ବ୍ୟକ୍ତିର ଶରୀର ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ। ତେଣୁ ଲଗାତାର ଭାବେ ମୁଣ୍ଡାବିନ୍ଧା ହେଉଥିଲେ ଅଣଦେଖା ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଡିପ୍ରେସନ ରୋଗ

୨- ଡିପ୍ରେସନ ଏକ ମାନସିକ ଯନ୍ତ୍ରଣା ରୋଗ, ଏହି ରୋଗ ମୁଣ୍ଡାବନ୍ଧା କାରଣରୁ ହିଁ ହୋଇଥାଏ। ଡିପ୍ରେସନ ରୋଗ ଦ୍ବାରା ମଣିଷ ବ୍ରେନର ସେରିବ୍ରମ କାମ କରିନଥାଏ। ଯାହାଫଳରେ ଏହି ବ୍ୟକ୍ତି ସବୁବେଳେ ସମସ୍ତଙ୍କ ଉପରେ ଚିଢ଼ିମିଢ଼ି ହୋଇଥାନ୍ତି। କୌଣସି କାମରେ ଠିକ ନିଷ୍ପତ୍ତି ନେଇ ପାରିନଥାନ୍ତି। ଧୀରେ ଧୀରେ ସେ ସବୁ କଥା ମଧ୍ୟ ଭୁଲି ଯାଆନ୍ତି। ତେଣୁ ଏହି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବ୍ରେନ ଟ୍ୟୁମର

୩- ବ୍ରେନ ଟ୍ୟୁମର ରୋଗ ମଣିଷର ଜୀବନ ନେଇଯାଇଥାଏ।  ଲଗାତର ଭାବେ ମୁଣ୍ଡବିନ୍ଧା ଲାଗିବା ଏହା ବ୍ରେନ ଟ୍ୟୁମ ରୋଗର ସଂକେତ ଦେଇଥାଏ। ଯେକୌଣସି ସ୍ଥାନକୁ ଯିବା ସମୟରେ ଅଚାନକ ମୁଣ୍ଡବିନ୍ଧା ହେବା ଏହି ରୋଗର ବଡ ଲକ୍ଷଣ। ଏହି ବ୍ୟକ୍ତି କୌଣସି କଠିନ କାର୍ଯ୍ୟକରି ପାରିବେ ନାହିଁ। ଏହି ବ୍ୟକ୍ତି ଅଳ୍ପ ସମୟ କାମ କରିଲେ ଥକି ପଡନ୍ତି। ଏହି କ୍ଷେତ୍ରରେ ମୁଣ୍ଡାବିନ୍ଧାକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.