ନ୍ୟାୟ ଅପେକ୍ଷାରେ ନିର୍ଯାତିତା: ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଲେ ଆମରଣ ଅନଶନ

Published By : Prameya-News7 Bureau | May 26, 2020 IST

ନୀଳଗିରି୨୬/୫: ନ୍ୟାୟ ପାଇଁ ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆମରଣ ଅନଶନ। ଶ୍ବଶୁର ଘର ଲୋକଙ୍କ ନିର୍ଯ୍ୟାତନା ଶିକାର ହୋଇଥିବା ଏହି ମହିଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ଥାନାବାବୁ ତାଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ। ସୂଚନା ମୁତାବକ, ନୀଳଗିରି ଥାନା ଅଧିନ କାଂଶ ଅଂଚଳର ଅକ୍ଷୟ କୁମାର ବାରିକଙ୍କ ଝିଅ  ଅଲିଭା ରାଧାଙ୍କୁ କିଶୋରପୁର ପଞ୍ଚାୟତର କୁଲହାଟ ବରମପୁର ଅଞ୍ଚଳର ସୁଶାନ୍ତ ଦାସଙ୍କ ପୁଅ ଦୀପକ (୨୬) କୁ ଗତ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖରେ ଭଲପାଇ ଖଣ୍ଡଗିରି କୋର୍ଟରେ ବିବାହ କରିଥିଲେ।

ଏହାପରେ ଶ୍ବଶୁର ଘରକୁ ଆସିବାପରେ ତାଙ୍କୁ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ। ପୁଅ କମ୍ପାନିରେ ଚାକିରୀ କରିବା କହି ଶାଶୁ- ଶ୍ବଶୁରଙ୍କ ସହ ସ୍ବାମୀ ମଧ୍ୟ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ଏନେଇ ପୂର୍ବରୁ ନୀଳଗିରି ଥାନାରେ ଅଭିଯୋଗ ପରେ ସମାଧାନ ହୋଇଥିଲା। ହେଲେ ପୁଣି ଯୌତୁକ ନିର୍ଯ୍ୟାତନା ଦେବାରୁ ପୋଲିସରେ ପୀଡିତା ଲିଖିତ ଅଭିଯୋଗ ପରେ କୋଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ତେଣୁ ନ୍ୟାୟ ପାଇଁ ଅଲିଭା ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଫିସ ଆଗରେ ଗାନ୍ଧୀ ମୂର୍ତ୍ତି ରଖି ଆମରଣ ଅନଶନ କରିଛନ୍ତି।ଯେ ପର୍ଯ୍ୟନ୍ତ ନ୍ୟାୟ ନମିଲିଛି ସେ ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.