Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିନା ଇଣ୍ଟରନେଟରେ ମଧ୍ୟ କରିପାରିବେ ଡିଜିଟାଲ୍ ନେଣଦେଣ : ସରକାର ଆରମ୍ଭ କଲେ ନୂଆ ସୁବିଧା

7/08/2020 at 4:30 PM

ଅଧିକାଂଶ ସମୟରେ ଦେଖାଯାଇଛି ଯେ ଇଣ୍ଟରନେଟ୍ କନେକ୍ସନ୍ ନ ହେବା ଯୋଗୁଁ ଡିଜିଟାଲ୍ ପେମେଣ୍ଟ କିମ୍ବା ଟ୍ରାଞ୍ଜାକ୍ସନରେ ସମସ୍ୟା ହୋଇଥାଏ। ଏବେ ରିଜର୍ଭ ବ୍ୟାଙ୍କ ଏକ ଏପରି ସୁବିଧା ଆରମ୍ଭ କରିଛି ଯାହା ଜରିଆରେ ଆପଣ ବିନା ଇଣ୍ଟରନେଟ କନେକ୍ସନରେ ମଧ୍ୟ ଡିଜିଟାଲ୍ ନେଣଦେଣ ମଧ୍ୟ କରିପାରିବେ।

ରିଜର୍ଭ ବ୍ୟାଙ୍କ ଅଫଲାଇନ ଅର୍ଥାତ୍ ବିନା ଇଣ୍ଟରନେଟରେ କାର୍ଡ଼ ଏବଂ ମୋବାଇଲ୍ ଜରିଆରେ ଅଳ୍ପ ରାଶିର ଇନଭେଷ୍ଟ ପାଇଁ ଅନୁମତି ଦେଇଛି। ଏହା ଅନୁସାରେ ଥରକରେ ୨୦୦ଟଙ୍କା ଯାଏଁ ଇନଭେଷ୍ଟର ଅନୁମତି ମିଳିବ।

କେନ୍ଦ୍ର ବ୍ୟାଙ୍କର ଅଧିସୂଚନା ଅନୁସାରେ ପାଇଲଟ ଯୋଜନା ଅନୁସାରେ ବିନିଯୋଗ କାର୍ଡ଼,ଓ୍ବାଲେଟ୍ କିମ୍ବା ମୋବାଇଲ୍ ଉପକରଣ କିମ୍ବା ଅନ୍ୟ ମାଧ୍ୟମରେ କରାଯାଇପାରିବ। ଏଥିପାଇଁ କୌଣସି ଅନ୍ୟ ପ୍ରକାରର ଭେରିଫିକେସନର ଆବଶ୍ୟକତା ପଡ଼ିବ ନାହିଁ।

ଏବେ ସିଙ୍ଗଲ୍ ପେମେଣ୍ଟ ପାଇଁ ଅଧିକତର ସୀମା ୨୦୦ଟଙ୍କା କିନ୍ତୁ ଭବିଷ୍ୟତରେ ଏହି ଟଙ୍କା ବଢ଼ିପାରେ। ବର୍ତ୍ତମାନ,ଏହାକୁ ପାଇଲଟ ଯୋଜନା ଅନୁସାରେ ଚଲାଯିବ,ପରେ ଆରବିଆଇ ଔପଚାରିକ ବ୍ୟବସ୍ଥା ସ୍ଥାପିତ କରିବା ବିଷୟରେ ନିର୍ଣ୍ଣୟ କରିବ। ପାଇଲଟ ଯୋଜନା ୨୦୨୧ମସିହା ମାର୍ଚ୍ଚ ୩୧ଯାଏଁ ଚାଲିବ।

   Related Posts