Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଭାରତର ଏହିସବୁ ସ୍ଥାନରେ କିଛି କରିବାକୁ ହେଲେ ଏବେ ବି ବ୍ରିଟିଶ ସରକାରଙ୍କଠୁ ନେବାକୁ ହୋଇଥାଏ ଅନୁମତି

31/01/2019 at 5:39 PM

କୋହିମା ୩୧/୧: ଆପଣଙ୍କୁ ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ। ସ୍ବାଧୀନ ଭାରତରେ ଆଜି ମଧ୍ୟ ଏପରି ସ୍ଥାନ ରହିଛି ଯେଉଁଠାରେ କିଛି କରିବା ପାଇଁ ବ୍ରିଟେନର ଅନୁମତି ନେବାକୁ ପଡ଼ିଥାଏ। ଯଦି ଆପଣ ସେହି ସ୍ଥାନର ଫଟୋ ନିଜ ମୋବାଇଲରେ ଉଠାଇବାକୁ ଚାହୁଁଛନ୍ତି କିମ୍ବା ସେଠାରେ ଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଆପଣ ଏସବୁ କିଛି କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ବ୍ରିଟିଶ ସରକାରଙ୍କୁ ଆବେଦନ କରିବାକୁ ପଡ଼ିବ। ମଞ୍ଜୁରୀ ମିଳିଲା ତେବେ ଠିକ୍ ଅଛି ନଚେତ୍ ବସିଥିବେ। କୁହାଯାଏ ଭାରତରେ ଏପରି ୩୩୦ଟି ସ୍ଥାନ ରହିଛି ଯେଉଁଠାରେ ବିଦେଶୀ ଶାସନ ଚାଲିଥାଏ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ କୋହିମା ଯୁଦ୍ଧ ଇତିହାସରେ ଖାସ୍ ସ୍ଥାନ ରଖିଛି। ଏଥିରେ ଜାପାନୀ ଫୈାଜ ଏବଂ ଆଜାଦ ହିନ୍ଦ ଫୈାଜ ବ୍ରିଟିଶ ସେନାକୁ ଆକ୍ରମଣ କରିଥିଲା। ପାଖାପାଖି ୨୭୦୦ ବ୍ରିଟିଶ ସୈନିକ ମୃତ୍ୟୁବରଣ କରିଥିଲେ ଯେଉଁଥିରେ ୧୪୨୦ଜଣ ଇସାଇ ଏବଂ ମୁସଲିମ୍ ଥିଲେ। ହିନ୍ଦୁ ଏବଂ ଶିଖଙ୍କ ସଂଖ୍ୟା ୯୧୭ଥିଲା। ଜାପାନୀ ସେନା ବର୍ମାରୁ ଆସିଥିଲେ,ଚିଣ୍ଡବିନ ନଦୀରେ ଆକ୍ରମଣ କରିଥିଲେ। ସେହି ସମୟରେ ଡିସିଙ୍କ ବାସଗୃହ ଗେରିସନ ହିଲରେ ଦୁଇ ଦଳ ସେନାଙ୍କ ମଧ୍ୟରେ ଘମାସାନ ଲଢ଼େଇ ହୋଇଥିଲା। ତାଙ୍କ ଟେନିସ କୋର୍ଟକୁ ସମାଧୀର ରୂପ ଦିଆଗଲା। ବର୍ମାର ୧୪ଜଣ ଆର୍ମିର କମାଣ୍ଡର ମାର୍ଶାଲ ସାର ଓ୍ବିଲିୟମ୍ ସ୍ଲିମ୍ ନିଜେ ଏହି ସମାଧୀର ନିର୍ମାଣର ଦାୟିତ୍ବଭାର ନେଇଥିଲେ।

ଏହିପରି ସମାଧି ଅନ୍ୟ ଦେଶରେ ମଧ୍ୟ ରହିଛି। ଯେପରିକି ଅଷ୍ଟ୍ରେଲିଆରେ ୩ଟି,ଭାରତରେ ୩୩୦ଟି,କାନାଡ଼ାରେ ୫ଟି ଏବଂ ବ୍ରିଟେନରେ ୧୦୮୨ଟି ସମାଧି ରହିଛି। ଏହିସବୁ ସ୍ଥାନମାନଙ୍କରେ ସରକାରଙ୍କ ନିୟନ୍ତ୍ରଣ ରହିଛି। ଏହିସବୁ ସମାଧିର ଦେଖାଶୁଣା କମୋନଓ୍ବେଲଥ ଓ୍ବାର ଗ୍ରେବ୍ କମିଶନ କରୁଛି। ଯଦି ଏଠାରେ କୈାଣସି ବ୍ୟକ୍ତି ଫଟୋ ଉଠାଇବାକୁ ଚାହିଁବ ତେବେ ବ୍ରିଟିଶ ସରକାରଙ୍କୁ ଏଥିପାଇଁ ଅନୁମତି ମାଗିବାକୁ ପଡ଼ିବ।

ଗତ ବର୍ଷ ସମାଧି ପାଖର ରାସ୍ତାକୁ ଚଉଡ଼ା କରିବା ପାଇଁ ଇଂଲଣ୍ଡ ସରକାରଙ୍କୁ ଅନୁମତି ମଗାଯାଇଥିଲା ଯାହା ମିଳିନଥିଲା। ଏହିପରି ଯଦି କୈାଣସି ଭାରତୀୟ ଆସି ଜଣାଶୁଣା ସୈନିକଙ୍କ ସମାଧିକୁ ସଫାସୁତୁରା କିମ୍ବା ପଥର ଯୋଡ଼ିବାକୁ ଚାହିଁବେ ତେବେ ଇଂଲଣ୍ଡ ସରକାରଙ୍କୁ ଅନୁମତି ମାଗିବାକୁ ପଡ଼ିବ। ଏଠାକାର ଜଣେ ପଦାଧିକାରୀଙ୍କ କହିବା ଅନୁସାରେ ଭାରତକୁ ଏସବୁ ସମାଧି ନିଜ ଅଧୀନରେ ନେଇ ନେବା ଉଚିତ୍। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରୁଛନ୍ତି।

   Related Posts