Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଷ୍ଟାଇଲିଷ୍ଟ ସାବଧାନ: ହେୟାର ଡାଇ ଓ ଷ୍ଟ୍ରେଟନର ବଢାଏ ବ୍ରେଷ୍ଟ କ୍ୟାନସର ଆଶଙ୍କା

6/12/2019 at 1:32 PM

ନ୍ୟୁୟର୍କ : ଯେଉଁ ମହିଳାମାନେ ସ୍ଥାୟୀ ରୂପେ ଚୁଟି କଳାକରିବା ଅଥବା ଷ୍ଟ୍ରେଟନିଂ କରିବା ଲାଗି ହେୟାର ଡାଇ, ରସାୟନର ବ୍ୟବହାର କରୁଛନ୍ତି ସେମାନଙ୍କ ଠାରେ ସ୍ତନ କର୍କଟର ସମ୍ଭାବନା ଅଧିକ ରହିଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଅନଭର୍ଣ୍ଣମେଣ୍ଟାଲ ହେଲ୍‌ଥ ସାଇନ୍ସ (ଏନଆଇଇଏଚ୍ଏସ)ର ଗବେଷକମାନେ ଏହି ସୂଚନା ଦେଇଛନ୍ତି। ସେମାନଙ୍କ ଗବେଷଣା ସନ୍ଦର୍ଭ ‘ଇଣ୍ଟର ନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସର’ରେ ପ୍ରକାଶିତ ହୋଇଛି।

ଏମିତିରେ ହେୟାର ଡାଇ ସହ କ୍ୟାନସରର ସମ୍ପର୍କ ଥିବାନେଇ ଆଗରୁ ଚର୍ଚ୍ଚା ହେଉଥିଲା। ହେଲେ ଏ ନେଇ ସ୍ପଷ୍ଟ ପ୍ରମାଣ ନଥିଲା। ହେଲେ ଏବେ ଏନଆଇଏଚଏସ୍‌ର ଗବେଷକ କିନ୍ତୁ ଏ ନେଇ ସ୍ପଷ୍ଟ କରିଦେଇଛନ୍ତି। ଏଥିଲାଗି ଗବେଷକମାନେ ୪୬ ହଜାର ୭୦୯ ଜଣ ମହିଳାଙ୍କ କେସ୍ ଷ୍ଟଡି କରି ଏହି ନିବନ୍ଧ ଉପସ୍ଥାପିତ କରିଛନ୍ତି। ଯେଉଁଥିରେ ହେୟାର ଡାଇ ବ୍ୟବହାର କରୁନଥିବା ମହିଳାଙ୍କ ତୁଳନାରେ ସ୍ଥାୟୀ ରୂପେ ବ୍ୟବହାର କରୁଥିବା ମହିଳାଙ୍କ ଠାରେ ସ୍ତନକର୍କଟର  ପ୍ରାୟ ୯ ପ୍ରତିଶତ ଅଧିକ କର୍କଟର ଆଶଙ୍କା ରହୁଥିବା ବେଳେ  ଏଥିରେ ଆଫ୍ରିକୀୟ ମହିଳାଙ୍କ ଠାରେ ପ୍ରଭାବ ସବୁଠୁ ଅଧିକ ରହୁଥିବା  ଗବେଷକ କହିଛନ୍ତି।

ରସାୟନିକ ଡାଇ ବ୍ୟବହାର ଯୋଗୁ ଶ୍ୱେତାଙ୍ଗୀ ମହିଳାଙ୍କ ତୁଳନାରେ ଆଫ୍ରିକୀୟ କୃଷ୍ଣବର୍ଣ୍ଣା ଅଧିକ ସଂଖ୍ୟାରେ ପ୍ରଭାବିତ ହେଉଥିବା ଜଣାପଡିଛି। ତେବେ ଯେଉଁମାନେ କାଳେବେଳେ କେମିତି ହେୟାର ଡାଇ ବ୍ୟବହାର କରୁଛନ୍ତି ସେମାନଙ୍କ କ୍ଷେତ୍ରରେ କିନ୍ତୁ ଏଭଳି କୌଣସି ସମ୍ଭାବନା ରହୁନଥିବା ପ୍ରଥମ ଥର ଜଣାପଡିଛି। ସେହିପରି ୫ରୁ ୮ ସପ୍ତାହରେ ଥରେ ହେୟାର ଷ୍ଟ୍ରେଟନିଂ କରୁଥିବା ମହିଳାଙ୍କ ଠାରେ ୬୦ ପ୍ରତିଶତ ସ୍ତନ କର୍କଟର ଆଶଙ୍କା ରହୁଥିବା ଗବେଷଣାରୁ ଜଣାପଡିଛି।  

   Related Posts