Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ : କେନ୍ଦ୍ର ସରକାର ମାରିଲେ ମୋହର

23/07/2020 at 8:06 PM

ନୂଆଦିଲ୍ଲୀ ୨୩/୭: ରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା ପାଇଁ ଔପଚାରିକ ନିର୍ଦେଶ ଜାରି କରିଛନ୍ତି। ଏହି ପ୍ରକାର ସେନାରେ ମହିଳା ଅଧିକାରୀଙ୍କୁ ବଡ଼ ଭୂମିକା ନିର୍ବାହ କରିବା ପାଇଁ ଅଧିକାର ସମ୍ପନ୍ନ କରିବାର ମାର୍ଗ ପ୍ରାସ୍ତ ହୋଇଯାଇଛି। ଉଚ୍ଚତମ ନ୍ୟାୟାଳୟ ଫେବୃୟାରୀ ୧୭ତାରିଖରେ ଏକ ଆବେଦନ ଉପରେ ଶୁଣାଣି ପରେ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଏବଂ କମାଣ୍ଡ ପୋଷ୍ଟ ଦିଆଯିବାର ଆଦେଶ ଦେଇଥିଲେ ଏବଂ ସରକାରଙ୍କୁ ବିଚାର କରିବାକୁ ୩ମାସର ସମୟ ଦେଇଥିଲେ। ଏହି ମାମଲାକୁ ପୁଣି ଥରେ ଉଠାଯିବାରୁ ଜୁଲାଇ ୭ତାରିଖରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରକୁ ମାସକର ସମୟ ଦେଇଥିଲା।

ଏହି ନିର୍ଦେଶ ଜଜ ତଥା ଆଡଭୋକେଟ ଜେନେରାଲ୍ ତଥା ଆର୍ମି ଏଜୁକେସନାଲ୍ କୋରର ବର୍ତ୍ତମାନ ବର୍ଗ ଅତିରିକ୍ତ ଭାରତୀୟ ସେନାର ସମସ୍ତ ୧୦ଟି ବର୍ଗ ଅର୍ଥାତ୍ ଆର୍ମି ଏୟାର ଡିଫେନ୍ସ,ସିଗନାଲ୍ସ,ଇଞ୍ଜିନିୟର୍ସ,ଆର୍ମି ଆଭିଏସନ,ଇଲେକ୍ଟୋନିକ୍ସ ଆଣ୍ଡ ମେକାନିକାଲ୍ ଇଞ୍ଜିନିୟର୍ସ ,ଆର୍ମି ସର୍ଭିସ୍ କୋର୍,ଆର୍ମି ଆଡର୍ନସ୍ କୋର ଏବଂ ଇଣ୍ଟେଲିଜେଣ୍ଟ କୋରରେ ଶର୍ଟ ସର୍ଭିସେସ୍ କମିଶନଡ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାର ମଞ୍ଜୁରୀ ଦିଆଯାଇଛି।

ସେନା ମୁଖ୍ୟାଳୟ ପ୍ରଭାବିତ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ ଚୟନ ବୋର୍ଡ଼ର ଗଠନ ଏବଂ ସଞ୍ଚାଳନର ପ୍ରସ୍ତୁତି ପାଇଁ ଅନେକ ପଦକ୍ଷେପ ଉଠାଇଥିଲେ। ଯେତେବେଳେ ସମସ୍ତ ପ୍ରଭାବିତ ଏସଏସସି ମହିଳା ଅଧିକାରୀ ନିଜର ବିକଳ୍ପର ଉପଯୋଗ କରିବେ ଏବଂ ବାଞ୍ଛନୀୟ ଦସ୍ତାବିଜକୁ ପୂରା କରିବେ ,ଚୟନ ବୋର୍ଡ଼ ଅନୁସୂଚିତ ହୋଇଯିବ।

   Related Posts