ଅପିଲ୍ ନା ଅନ୍ଧବିଶ୍ୱାସ : କରୋନା ମୁକ୍ତି ଲାଗି ମନ୍ତ୍ରୀଙ୍କ ଅଜବ ଯୁକ୍ତି , ଯଜ୍ଞ କଲେ ସ୍ପର୍ଶ କରିପାରିବନି କୋଭିଡ ତୃତୀୟ ଲହର

Published By : Prameya-News7 Bureau | May 12, 2021 IST

ମଧ୍ୟପ୍ରଦେଶ ୧୨/୫ : କରୋନା କାଳରେ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ଅଜବ ଯୁକ୍ତିକୁ ନେଇ ହଇଚଇ । ମନ୍ତ୍ରୀ କହିଛନ୍ତି କୋଭିଡକୁ ରୋକିବାର ଏକାମାତ୍ର ଉପାୟ ଯଜ୍ଞ ଚିକିତ୍ସା । ଅର୍ଥାତ୍ ଯଜ୍ଞ କର କରୋନରା ତୃତୀୟ ଲହର ଭାରତକୁ ସ୍ପର୍ଶ କରିବ ନାହିଁ । ସେ କହିଥିଲେ ଯେ, ପରିବେଶର ଶୁଦ୍ଧତା ପାଇଁ ଚାରି ଦିନ ନିଜ ନିଜ ସଂସଦୀୟ କ୍ଷେତ୍ରରେ ସମସ୍ତେ ଯଜ୍ଞ କର ।

ତାଙ୍କ ମତରେ ପୂର୍ବକାଳରେ ମହାମାରୀରୁ ମୁକ୍ତି ପାଇବା ପାଇଁ ଆମର ପୂର୍ବପୁରୁଷମାନେ ଯଜ୍ଞ ଚିକିତ୍ସାକୁ ପ୍ରାଧାନ୍ୟ ଦେଉଥିଲେ । ଭାରତରେ ପ୍ରବାହିତ ୨ୟ ଲହର ପାଇଁ ବର୍ତ୍ତମାନ ଯେଉଁ ଆମେ ଅନେକ କଠିନ ସମୟ ଦେଇ ଗତି କରୁଛେ । ସେଥିପାଇଁ ଯେପରି ଭୁଲର ପୁନରାବୃତି ନହୁଏ ତୃତୀୟ ଲହର ପୂର୍ବରୁ ଯଦି ଯଜ୍ଞ କରାଯାଏ ତାହେଲେ ଆମେ ବର୍ତ୍ତିଯାଇପାରିବା । ଏବେ କୋଭିଡ ପାଇଁ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମି ନଷ୍ଟ ହେଉଛି । ଆଗଧାଡିର ଯୋଦ୍ଧାଙ୍କ ଉପରେ ଅନେକ ଚାପ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.