Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଘରର ପରଦା ମଧ୍ୟ କରିପାରେ ଦରିଦ୍ର, ରହନ୍ତୁ ସତର୍କ…

13/02/2019 at 3:35 PM

ସାଧାରଣତଃ ଘର ସୁନ୍ଦର ଦେଖାଯିବା ପାଇଁ ଲୋକେ ପରଦା ଲଗାନ୍ତି। ଡିଜାଇନର ପରଦା ବ୍ୟବହାର କରି ଘରର ଲୁକ ବଦଳାଇଥାନ୍ତି। ଘରେ ପରଦା ଲାଗିନଥିଲେ, ଘର ଦେଖିବାକୁ ସୁନ୍ଦର ଲାଗେନି। ଇଂଟେରିଅର ବିଶେଷଜ୍ଞଙ୍କ ଅନୁସାରେ ଘରର ସୌନ୍ଦର୍ଯ୍ୟତା, ଲଗା ଯାଇଥିବା ସୁନ୍ଦର ପରଦାରୁ ଆସିଥାଏ। ଫଟୋଜୋନିକ୍‌ ଘର ପାଇଁ ପରଦାର ମୁଖ୍ୟ ଭୂମିକା ଥାଏ। ତେବେ ପରଦା ବ୍ୟବହାର କରିବା ପୂର୍ବରୁ କିଛି ଜରୁରୀ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍‌।
 ଘର ପାଇଁ ପରଦା ବାଛିବା ସମୟରେ ଭଲ ଫେବ୍ରିକ୍‌ ଡିଜାଇନ୍‌ର ପରଦା ଆଣିବା ଉଚିତ୍‌। ପ୍ରତ୍ୟେକ ନୂଆ ଋତୁରେ ପରଦା ବଦଳାଇବା ଉଚିତ୍‌। ପରଦାର ରଂଗ ଘରର ପରିବେଶକୁ ବଦଳାଇ ଦେଇଥାଏ। ଘରର ଲୁକ ପାଇଁ ପରଦାର ଟେକ୍ସଚର, ଷ୍ଟାଇଲକୁ ନେଇ ଏକ୍ସପେରିମେଣ୍ଟ କରିବା ଦରକାର। ପରଦା ଘରକୁ ରଂଗୀନ ପରିବେଶ ଦେଇଥାଏ। ଘରର ରଂଗକୁ ନେଇ ପରଦାର ରଂଗ ବାଛିବା ଉଚିତ୍‌।
ପରଦା ବିଭିନ୍ନ ରଂଗ ଓ ଅନେକ ପ୍ରକାରର ଫେବ୍ରିକ୍ସରେ ଆସେ।
 ପରଦା ଟାଙ୍ଗିବା ପୂର୍ବରୁ ଅନ୍ୟ ଜିନିଷ ଯେମିତି କି ବଗିଚା ବିଷୟରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଘରର ଝରକା ଖାସ ହୋଇଥାଏ। ତେବେ ଝରକାକୁ କୋଉ ପରଦା ଢାଙ୍କି ପାରିବ ସେହି ଭାବେ ପରଦା ଆଣିବା ଉଚିତ୍‌। ଘର ବାହାରେ ଥିବା ଫୁଲ ବଗିଚାର ଦୃଶ୍ୟ ଘର ଭିତରେ ଥାଇ ମଧ୍ୟ ଅନେକେ ପସନ୍ଦ କରିଥାନ୍ତି। ପରଦା ସହ ଘରେ ଥିବା ଫର୍ନିଚର, କବାଟ ଓ ଝରକା ଭିତରେ ରଂଗଗତ ସାମଞ୍ଜସ୍ୟ ରହିଲେ ଘର ନୂଆ ଓ ଚମକଦାର ଲାଗେ ।
 ଘରେ ଶାନ୍ତ ପରିବେଶ ପାଇଁ ସାଧାରଣ ରଂଗର ପରଦା ଲଗାନ୍ତି। ଝରକା ସାଇଜରୁ ଛୋଟ ପରଦା ଲଗାଇଲେ ଭଲ ଦେଖା ଯାଏ ନାହିଁ।  ପରଦା ଟାଙ୍ଗିଲା ବେଳେ ଲାଇନିଂଗରେ ଧ୍ୟାନ ହେବା ଜରୁରୀ। ଏହା ଦ୍ୱାରା ପରଦାର ଆରମ୍ଭ ଓ ଶେଷ ଜଣାପଡେନି। ଫଳରେ ଘର ସୁନ୍ଦର ଦେଖାଯାଏ। ଘରେ ଟାଙ୍ଗିବା ସବୁ ଝରକାର ପରଦା ଗୋଟେ ରଂଗର ହେଲେ ବାହାରୁ ଘର ସୁନ୍ଦର ଦେଖାଯାଏ।
 ଘରକୁ ଅଧିକ ଆଲୋକ ଦର୍କାର ହେଉଥିଲେ ଟ୍ରେସୋମ ପରଦା ବ୍ୟବହାର କରିବା ଉଚିତ୍‌। ଏହି ୨ଟି ଭାଗ ଥିବା ପରଦାରେ ଉପର ଭାଗ ଫେବ୍ରିକ ଥାଏ ଓ ତଳ ଭାଗରେ ପ୍ରାଇଭେସି ପ୍ୟାନଲ ଥାଏ। ଟେପ ଟାପ ପରଦାରେ ଫେବ୍ରିକ ଲୁପ ଉପରେ ଥାଏ। ଟେପ ଟାପ ପରଦାରେ ଉପରେ ଟାଇ ଫେବ୍ରିକ ପ୍ୟାନଲ ଥାଏ ଏବଂ ଏହା ରଡରେ ବନ୍ଧା ଯାଏ। ଟେପ ଟାପ ସବୁଠୁ ଆଧୁନିକ, ସଫା ଓ ଷ୍ଟାଇଲିସ୍‌ ପରଦା। ଅଧିକାଂଶ ଘରେ ଆଜିକାଲି ଏହି ପରଦା ବ୍ୟବହାର କରୁଛନ୍ତି।
 ପରଦାକୁ ଦଉଡି, ବ୍ରାକେଟ କିମ୍ୱା ଅନ୍ୟ କୌଣସି ଜିନିଷରେ ମଧ୍ୟ ବନ୍ଧା ଯାଇପାରିବ। ଏହାକୁ ଟାଇ ବେକ୍‌ କୁହନ୍ତି।

ପରଦା ସମ୍ପର୍କରେ ଏତେ ସବୁ କହିବାର ତାତ୍ପର୍ଯ୍ୟ ହେଉଛି । ସବୁବେଳେ ଦାମି ପରଦା ହିଁ ଗରର ଲୁକ୍‌ ବଦଳାଇପାରିବ ସେମିତି ନୁହେଁ । କେତେ ସୃଜନଶୀଳବାବେ ପରଦା ଚୟନ କରାଯାଇଚି ଓ ଟଙ୍ଗା ଯାଇଛି ତାହା ଗୁରୁତ୍ବପୂର୍ଣ୍ମ । ବ୍ୟୟ ବହୁଳ ପରଦା ହୋଇଥିଲେ ସୁଦ୍ଧା ଯଦି ତାହା ଋଚି ସମ୍ପର୍ଣ୍ଣ ଓ ସୃଜନାତ୍ମକ ହୋଇନଥାଏ ତାହେଲେ ଆଭିଜାତ୍ୟପୂର୍ଣ୍ଣ ଘର ମଧ୍ୟ ଦାରିଦ୍ର୍ୟ ଦେଖାଯାଏ । ଗରୀବ ପରିବାର ହୋଇଥିଲେ ମଧ୍ୟ ଯଦି ପରଦାକୁ ଠିକଭାବେ ସଜା ଯାଏ ତାହେଲେ ସମ୍ଭ୍ରାନ୍ତୀୟ ବୋଧ ହେବ । ଏହି ଭାବନା ବାସ୍ତହ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ସମୟକ୍ରମେ ଏହି ଭାବନା କାରଣରୁ ସଂପୃକ୍ତ ଗୃହକର୍ତ୍ତା ଦାରିଦ୍ର୍ୟରେ ପଡିପାରନ୍ତି ।

 

   Related Posts