Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପ୍ରେମ ନିଶା କଲା ବାୟା: ମାଆର ଅବୈଧ ସଂପର୍କ ଆଗରେ ବଳି ପଡିଗଲା ବଡ଼ ଝିଅ

15/03/2020 at 3:23 PM

ହାଇଦ୍ରାବାଦ୧୫/୩: ମାଆର ଅବୈଧ ସଂପର୍କ ଆଗରେ ବଳି ପଡ଼ିଗଲା ବଡ଼ ଝିଅ। କିନ୍ତୁ ୧୭ ବର୍ଷ ବୟସ୍କା ସାନ ଝିଅ ମାଆ ବିରୋଧରେ ଆଣିଛି ସଂଗୀନ ଅଭିଯୋଗ। ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଅଭିଯୁକ୍ତ ମହିଳା ନିଜ ବଡ଼ ଝିଅର ଆତ୍ମହତ୍ୟା ପାଇଁ ସମ୍ପୂର୍ଣ୍ଣ ଦାୟୀ। ଅଭିଯୋଗ ଅନୁଯାୟୀ, ସଂପୃକ୍ତ ମହିଳା ନିଜ ସ୍ବାମୀଙ୍କଠାରୁ ଦୀର୍ଘ ଏକ ବର୍ଷ ହେବ ଦୂରେଇ ରହୁଛନ୍ତି। ସ୍ବାମୀଙ୍କ ସହ ବିଚ୍ଛେଦ ହେବା ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସଂପର୍କ ରଖିଥିବା ମହିଳା ସାନ ଝିଅ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ହାଇଦ୍ରାବାରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମହିଳା ଯେଉଁ ବ୍ୟକ୍ତିଙ୍କ ସହ ଅବୈଧ ସଂପର୍କ ରଖିଥିଲା, ତାଙ୍କ ନାଁ ପେରମ ନବୀନ କୁମାର। ଅଧିକାଂଶ ସମୟରେ ଏହି ଯୁବକ ତାଙ୍କ ଘରକୁ ଯା, ଆସ ମଧ୍ୟ କରୁଥିଲେ। ମାଆର ଏଭଳି କାର୍ଯ୍ୟଳାପ ଦେଖି ସାନ ଓ ବଡ଼ ଝିଅ ଏହାକୁ ବିରୋଧ କରିଥିଲେ। ଏହି ବ୍ୟକ୍ତି ଘରକୁ କାହିଁକି ବାରମ୍ବାର ଆସୁଛନ୍ତି ବୋଲି ୨ ଝିଅ ତାଙ୍କ ମାଆଙ୍କୁ ପ୍ରଶ୍ନ କରିଥିଲେ। ଝିଅଙ୍କ ପ୍ରଶ୍ନରେ ଅଣନିଃଶ୍ବାସୀ ହୋଇପଡ଼ିଥିଲା ଅଭିଯୁକ୍ତ ମହିଳା। ଅଭିଯୁକ୍ତ ମହିଳା ଅନିତା ନିଜ ସଂପର୍କକୁ ଆଗକୁ ବଢ଼ାଇ ପାଇଁ ରଚିଥିଲା ଷଡ଼ଯନ୍ତ୍ର। ପେରମ ସହ ନିଜ ଅବୈଧ ସଂପର୍କକୁ ଆହୁରି ମଜବୁତ କରିବା ଲାଗି ଅନିତା ନିଜ ବଡ଼ ଝିଅକୁ ପେରମ ସହ ବାହାଘର କରି ଦେଇଥିଲା। ବିବାହର କିଛିଦିନ ପରେ ଅଭିଯୁକ୍ତ ମହିଳାର ବଡ଼ ଝିଅ ସମସ୍ତ ଘଟଣା ସଂପର୍କରେ ଜାଣିବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ।

ବଡ଼ ଭଉଣୀର ଆତ୍ମହତ୍ୟା ପଛରେ ନିଜ ମାଆର ହାତ ଥିବା ଜାଣିବା ପରେ ସାନ ଝିଅ ଥାନାର ଦ୍ବାରସ୍ଥ ହୋଇଥିଲେ। ସାନ ଝିଅ କହିଥିଲେ, ତାଙ୍କ ବଡ଼ ଭଉଣୀ ଆତ୍ମହତ୍ୟା କରିବା ପାଇଁ ଅଭିଯୁକ୍ତ ମହିଳା ଓ ତାର ପ୍ରେମିକ ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର କରିଥିଲେ। ଯାହାଫଳରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡବିଧାନ ସଂହିତା ଧାରା ୩୦୬ ଓ ୪୨୦ ଆଧାରରେ ଅଭିଯୁକ୍ତ ମହିଳା ବିରୋଧରେ ପୋଲିସ୍‌ ମାମଲା ରୁଜୁ କରିଛି।

   Related Posts