ଆଜି ପବିତ୍ର ଅଂଳା ନବମୀ : ସାକ୍ଷୀଗୋପୀନାଥ ମନ୍ଦିରରରେ ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | November 05, 2019 IST

ପୁରୀ ୦୫।୧୧ : ପୁରୀ  ଜିଲ୍ଲା ସତ୍ୟବାଦୀ  ସ୍ଥିତ ସାକ୍ଷୀଗୋପିନାଥ  ମନ୍ଦିରରେ ଆଜି  ପାଳନ ହେଉଛି ପବିତ୍ର ଅଂଳା ନବମୀ ପାଳନ । ବର୍ଷକରେ ଗୋଟିଏ  ଦିନ  ରାଧାପାଦ ଦର୍ଶନ ପାଇଁ ଏଠାରେ  ଲକ୍ଷାଧିକ ଭକ୍ତ  ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା  ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

{"id":179275,"width":584,"height":438}

ସାକ୍ଷୀଗୋପିନାଥ ମନ୍ଦିରରେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ବରିଷ୍ଠ ପୋଲିସ ଅଧିକାରୀ   ଉପସ୍ଥିତ ରହିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏକପାଖିଆ ବ୍ୟାରିକେଡ଼ର ବ୍ୟବସ୍ଥା ମଧ୍ଯ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ ଓ କଟକଣା ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.