Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଗରମ ଦିନରେ ଆପଣଙ୍କୁ ତାଜା ରଖିବ ପୁଦିନା କଫି: ଘରେ ତିଆରି କରିପାରିବେ ଏହି ସ୍ୱାଦିଷ୍ଟ କଫି

19/04/2020 at 8:49 PM

ଭୁବନେଶ୍ୱର ୧୯/୦୪ : କିଛି ଦିନ ହେଲା ଡ଼ାଲଗୋନା କଫି ଟ୍ରେଣ୍ଡରେ ରହିଛି | ସୋସିଆଲ ମିଡ଼ିଆରେ ଡ଼ାଲଗୋନା ବହୁତ ଭାଇରାଲ ହେଉଛି | ଲୋକେ ଘରେ ନିଜେ ପ୍ରସ୍ତୁତ କରୁଛନ୍ତି ଏହି କଫି | ଅନେକ ଲୋକ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି | କରୋନା ଯୋଗୁଁ ଲକଡାଉନ ଥିବାବେଳେ ସୋସିଆଲ ମିଡ଼ିଆ ଟ୍ରେଣ୍ଡ ଲୋକଙ୍କୁ ବ୍ୟସ୍ତ ରଖିବାରେ ବହୁତ ସାହାଯ୍ୟ କରୁଛି | ତେବେ ଏହାକୁ ନେଇ କିଛି ଲୋକ ସୋସିଆଲ ମିଡ଼ିଆରେ ଯୁକ୍ତି ମଧ୍ୟ କରିଥିଲେ ଯେ ଏଥିରେ ବିଶେଷତ୍ୱ କଣ ଅଛି | ଏହାର ବିଶେଷତ୍ୱ କେବଳ ଏତିକି ଡ଼ାଲଗୋନା କେବଳ ପୁରୁଣା ଜମାନାର ହ୍ୱିସ୍କ କଫିର ଏକ ନୂଆ ରୂପ।

ଚାଲନ୍ତୁ ଏବେ ଡ଼ାଲଗୋନା ଟ୍ରେଣ୍ଡରୁ ଟିକେ ଆଗକୁ ଯିବା | ଗ୍ରୀଷ୍ମ ଋତୁର ଏହି ଭୀଷଣ ଗରମରେ ଟ୍ରାଏ କରିବା ମିଣ୍ଟ କଫି ବା ପୁଦିନା କଫି | ଏହା କେବଳ ସ୍ୱାଦିଷ୍ଟ ନୁହେଁ ଆପଣଙ୍କୁ ସତେଜ ମଧ୍ୟ ରଖିବ | ଯଦି ଆପଣ ଜଣେ ସଚ୍ଚା କଫି ପ୍ରେମୀ ବା କଫି ପିଇବାକୁ ଭଲ ପାଆନ୍ତି ତେବେ ଆପଣ ନିଜର ନିୟମିତ କଫିରେ ଏହାକୁ ସାମିଲ କରିପାରିବେ | ଏହି ସ୍ୱାଦିଷ୍ଟ ପୁଦିନା କଫି ଆପଣ ଘରେ ମଧ୍ୟ ତିଆରି କରିପାରିବେ |

ପୁଦିନା ସ୍ୱାସ୍ଥ୍ୟ ପାଇଁ ବହୁତ ଲଭଦାୟୀ | ଭାରତରେ ଏହାକୁ ଏକ ଜଡିବୁଟି ଭଳି ମଧ୍ୟ ବ୍ୟବହାର କରାଯାଏ | ଗରମ ଦିନରେ ଏହା ଶରୀରକୁ ଥଣ୍ଡା ରଖିଥାଏ ଏବଂ ପାଚନ ଶକ୍ତି ବୃଦ୍ଧି କରିଥାଏ | ଯଦି ସାଧା କଫି ପିଇ ପିଇ ଆପଣ ବୋର ହୋଇଗଲେଣି ତାହେଲେ ଥରେ ଏହି ମିଣ୍ଟ କଫି ନିଶ୍ଚୟ ତିଆରି କରନ୍ତୁ | ପୁଦିନା କଫି ତିଆରି କରିବା ପାଇଁ ଆପଣଙ୍କୁ ତାଜା ପୁଦିନା ପତ୍ର ଆବଶ୍ୟକ | ତାଛଡା କିଛି ଚିନି, କ୍ଷୀର ଓ ବରଫ ଟୁକୁଡା ଆବଶ୍ୟକ | ସବୁକୁ ଭଲ ଭାବେ ମିଶାଇ ଫେଣ୍ଟିଦେବେ ଏବଂ ଥଣ୍ଡା ଥଣ୍ଡା ପିଇବେ | ସ୍ୱାଦିଷ୍ଟ ସହ ଏହା ଆପଣଙ୍କୁ ତାଜା ମଧ୍ୟ ରଖିବ |

   Related Posts