Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

କରୋନା ଭ୍ୟାକସିନ୍ ନେଲେ ଉପହାର: ମହିଳାଙ୍କୁ ସୁନା ନାକ ଫୁଲ ଓ ପୁରୁଷଙ୍କୁ ହ୍ୟାଣ୍ଡ୍ ବ୍ଲେଣ୍ଡର୍

4/04/2021 at 6:38 PM

ରାଜକୋଟ ୦୪/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହିଭଳି ସ୍ଥିତିରେ ଟିକାକରଣ ଯେତେ ଶୀଘ୍ର କରାଯିବା ସେତିକି ଅଧିକ ଲାଭଦାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଗୁଜରାଟରେ ଏକ ନିଆରା ପ୍ରୟୋଗ କରାଯାଉଛି। ଏଠାରେ ଭ୍ୟାକସିନ୍ ନେଲେ କେବେଳେ ନିଜକୁ ଏହି ମାରାତ୍ମକରୁ ଭାଇରସରୁ ସୁରକ୍ଷିତ ରଖି ହେବ ବରଂ ଅନେକ ପ୍ରକାର ଉପହାର ମଧ୍ୟ ଦିଆଯାଉଛି। ମହିଳାଙ୍କୁ ଭ୍ୟାକସିନ ନେବାପରେ ସୁନା ନାକ ଫୁଲ ଦିଆଯାଉଛି। ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଦିଆଯାଉଛି। ଗୁଜରାଟ ରାଜକୋଟରେ ସ୍ଵର୍ଣ୍ଣକାର ସମ୍ପ୍ରଦାୟଙ୍କ ତରଫରୁ ଏହି ଉପହାର ଦିଆଯାଉଛି। ଉପହାର ପାଇ ଲୋକେ ବହୁତ ଖୁସି। ଉପହାର ପାଇଁ ମଧ୍ୟ ଲୋକେ ଭ୍ୟାକସିନ ନେବାକୁ ଉତ୍ସାହ ଦେଖାଉଛନ୍ତି।

ରାଜକୋଟରେ ଏହିଭଳି ଉପହାର ଘୋଷଣା ପରେ ଭ୍ୟାକସିନ ନେବାକୁ ଲୋକଙ୍କ ଭିଡ ଲାଗିଛି। ସ୍ଵର୍ଣ୍ଣକାର ସମ୍ପ୍ରଦାୟ ୱାପହାର ଦେବାକୁ ଅଲଗା ଭାବେ ନିଜର ସେଟଅପ କରିଛନ୍ତି। ଲୋକେ ଭ୍ୟାକସିନ ନେଇ ବାହାରକୁ ଆସିବା ପରେ ଏମାନେ ଲୋକଙ୍କୁ ସ୍ୱାଗତ କରି ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଓ ମହିଳାଙ୍କୁ ନାକ ଫୁଲ ଉପହାର ଦେଇଛନ୍ତି।

ଗୁଜରାଟରେ କରୋନାର ଦ୍ୱିତୀୟ ଲହରୀର ଭୟାବହ ରୂପ ଦେଖିବାକୁ ମିଳିଛି। ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣ ଓ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଶନିବାର ଦିନ ୨୮୧୫ ନୂଆ ମାମଲା ସାମ୍ନାକୁ ଆସିଛି ଓ ୧୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗତ ୧୧୩ ଦିନରେ ଏହା ସର୍ବାଧିକ। ଅହମଦାବାଦ, ସୁରଟ, ବଡୋଦରା, ରାଜକୋଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ।

   Related Posts