ଆନ୍ନା ହଜାରେଙ୍କୁ ନେଇ ପସ୍ତଉଛନ୍ତି ଲୋକେ ! ଜାଣନ୍ତୁ କ’ଣ ଟ୍ୱିଟ୍ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ହଂସଲ ମେହେଟ୍ଟା

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦।୧: ଜାନୁୟାରୀ ୩୦ ତାରିଖରେ ସାମାଜିକ କର୍ମୀ ଆନ୍ନା ହଜାରେ ଚାଷୀଙ୍କ ସମର୍ଥନରେ ତାଙ୍କ ଜୀବନର ଶେଷ ଅନଶନ କରିଥାନ୍ତେ। ଏଥିଲାଗି ନୂଆ ବର୍ଷରୁ ହଲ୍ଲାପଟା କରୁଥିଲେ। ସେପଟେ ରାଜଧାନୀ ଦିଲ୍ଲୀରେ ୩ କୃଷି ଆଇନକୁ ନେଇ ଚାଷୀଙ୍କ ଆକ୍ରୋଶ ବଢୁଥିଲା। ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ଚାଷୀ ଜାତୀୟ ରାଜଧାନୀରେ ଟ୍ରାକ୍ଟର ପରେଡ କରିବା ବେଳେ ହିଂସା ସବୁ ଓଲଟପାଲଟ କରିଦେଲା।

{"id":401297,"sizeSlug":"large","linkDestination":"none"}

ଚାଷୀଙ୍କ ଆନ୍ଦୋଳନ ବିଫଳ ହେବାକୁ ଯାଉଥିବା ବେଳେ ଦେଶରେ କୃଷକ ସମାଜ ଲାଗି ଆନ୍ନା ହଜାରେ ଆଶାର କିରଣ ଭାବେ ଦେଖାଯାଉଥିଲେ। ହେଲେ କ’ଣ ହେଲା କେଜାଣି ଅନଶନର ଦିନକୁ ପୂର୍ବରୁ ଅଚାନକ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ କିଛି ବିଜେପି ନେତାଙ୍କ ସହ ବୈଠକ କରିବା ପରେ ଆନ୍ଦୋଳନ କରିବେ ନାହିଁ ବୋଲି ଆନ୍ନା ଘୋଷଣା କରିଥିଲେ।

{"id":401298,"sizeSlug":"large","linkDestination":"none"}

ଦୈବାତ ଏହା ପୂର୍ବରୁ ଗାଜିପୂର ବର୍ଡରରେ କୃଷକନେତା ରାକେଶ ଟିକାୟତ ଦେଶରେ ଭୂଷୁଡି ପଡୁଥିବା କୃଷକ ଆନ୍ଦୋଳନର ଡୋରକୁ ଟାଣି ଧରି ଆନ୍ଦୋଳନକୁ ପୁଣି ମଜଭୂତ କରିଦେଇଥିଲେ। ଏଥିରେ ଦେଶକୁ ଆନ୍ନାଙ୍କର ଆଉ ଆବଶ୍ୟକତା ପଡିନଥିବା ବେଳେ ତାଙ୍କ ଉପରେ ଏପର୍ଯ୍ୟନ୍ତ ଆସ୍ଥା ରଖିଥିବା ଲୋକେ ଏବେ ବିଶ୍ୱାସ ହରାଇଛନ୍ତି।

wp:embed {"url":"https://twitter.com/mehtahansal/status/1355416394179858436","type":"rich","providerNameSlug":"twitter","responsive":true,"className":""}
https://twitter.com/mehtahansal/status/1355416394179858436
/wp:embed

ଆନ୍ନାଙ୍କୁ ବିଶ୍ୱାସ କରିବା ଜୀବନର ବଡ଼ ଭୁଲ ଥିଲା ବୋଲି ଶନିବାର କହିଛନ୍ତି ବଲିଉଡ୍‌ ନିର୍ଦ୍ଦେଶକ ହଂସଲ ମେହେଟ୍ଟା। ‘ରାଖ୍’,‘ସାହିଦ’,‘ସିଟିଲାଇଟସ୍‌’, ‘ଅଲିଗଡ’, ‘ଓମେର୍ତ୍ତା’ ଏବଂ ‘ସ୍କାମ  ୧୯୯୨’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ହଂସଲ ଏ ନେଇ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଆନ୍ନାଙ୍କ ପ୍ରତି  ବିଶ୍ୱାସ ଯୋଗୁ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ସମର୍ଥନ କରୁଥିଲି ବୋଲି ଉଲ୍ଲେଖ କରିଛନ୍ତି। ସଦଭାବନା ଓ ଭଲ ଉଦ୍ଦେଶ୍ୟରେ ସେମାନଙ୍କୁ ସମର୍ଥନ କରୁଥିଲେ।  ତେବେ ମଣିଷ ଜୀବନରେ ଭୁଲ ଭଟକା ହୁଏ ଏଥିରେ ଜୀବନରେ ସେ ୨ଟି ମସ୍ତବଡ ଭୁଲ କରିଥିବା ଲେଖିଛନ୍ତି।

{"id":401299,"width":575,"height":432,"sizeSlug":"large","linkDestination":"none"}

ସେ ଫିଲ୍ମ ‘ସିମରନ’ ନିର୍ମାଣକୁ ନିଜ ଜୀବନର ସବୁଠୁ ବଡ ଭୁଲ ବୋଲି ଏପର୍ଯ୍ୟନ୍ତ ଭାବି ଆସୁଥିଲେ। ହେଲେ ଅଜାଣତରେ ଆଉ ଏକ ଭୁଲ କରୁଥିଲେ ତାହା ହେଉଛି ଆନ୍ନାଙ୍କ ଭଳି ରୂପ ବଦଳାଉଥିବା ଲୋକଙ୍କୁ ଭରସା କରିବା ବୋଲି ଏବେ ଜାଣୁଛନ୍ତି। ତେବେ କେବଳ ହଂସଲ ନୁହନ୍ତି ମହାରାଷ୍ଟ୍ରରେ ଶିବସେନା, ଅନେକ ବ୍ୟକ୍ତି ସଙ୍ଗଠନ ମଧ୍ୟ ଆନ୍ନାଙ୍କୁ ନେଇ ଏବେ ପଶ୍ଚାତାପ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.