ଲୋକଙ୍କୁ ଚିହ୍ନିବା ହେଲା ଆହୁରି ସହଜ : ପିନ୍ଧିଥିବା ପୋଷାକର ରଙ୍ଗରୁ ଜାଣନ୍ତୁ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ବ୍ୟକ୍ତିର ବ୍ୟକ୍ତିତ୍ବ

Published By : Prameya-News7 Bureau | March 26, 2020 IST

ରଙ୍ଗକୁ ନେଇ ସମସ୍ତଙ୍କ ଭିନ୍ନ ଭିନ୍ନ ପସନ୍ଦ ଥାଏ। ଏପରି କୁହାଯାଇଥାଏ ଯେ ଲୋକଙ୍କ ପ୍ରିୟ ରଙ୍ଗ କେବଳ ତାଙ୍କ ଖୁସି ନୁହେଁ ବରଂ ତାଙ୍କ ବ୍ୟକ୍ତିତ୍ବ ବିଷୟରେ ମଧ୍ୟ ବହୁତ କିଛି ସୂଚନା ଦେଇଥାଏ। ଆପଣ ଯେକୌଣସି ବ୍ୟକ୍ତିଙ୍କ ପ୍ରିୟ ରଙ୍ଗ ଆଧାରରେ ତାଙ୍କ ପୂରା ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ। ଆସନ୍ତୁ ଜାଣିବା କେଉଁ ରଙ୍ଗ କ’ଣ କହିଥାଏ।

- ଲାଲ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଜୀବନକୁ ଭରପୂର ଆନନ୍ଦ ସହ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ତାଙ୍କୁ ପ୍ରକୃତି ବହୁତ ଭଲ ଲାଗିଥାଏ। କୌଣସି ବଡ଼ ନିଷ୍ପତ୍ତି ନେବାକୁ ସେମାନେ କୁଣ୍ଠାବୋଧ କରି ନଥାଆନ୍ତି ଏବଂ ପ୍ରତି ମୂହୁର୍ତ୍ତକୁ ସେମାନେ ରୋମାଞ୍ଚ ସହକାରେ ଏଞ୍ଜୟ କରିଥାଆନ୍ତି।

- ନୀଳ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଶାନ୍ତ ସ୍ବଭାବର ହୋଇଥାଆନ୍ତି ଏବଂ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ସେମାନେ ବଡ଼ ରାସ୍ତା ବାଛିଥାଆନ୍ତି।

- ଗୋଲାପି ରଙ୍ଗ ବିଶେଷ କରି ଝିଅଙ୍କୁ ବହୁତ ପସନ୍ଦ ଆସିଥାଏ। ଏହା ନିରୀହତା ଏବଂ ପ୍ରକୃତିପ୍ରେମକୁ ଦର୍ଶାଇଥାଏ। ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଦାନ,ଧର୍ମ ଆଦି କାର୍ଯ୍ୟରେ ରୁଚି ରଖିଥାଆନ୍ତି।

- ହଳଦିଆ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ତର୍କ କରିଥାଆନ୍ତି ଏବଂ ନିଜ ଭାବନା ସହ ସବୁବେଳେ ବଞ୍ଚିଥାଆନ୍ତି। ଏମାନେ କଳ୍ପନାଶୀଳ ହୋଇଥାଆନ୍ତି।

- କଳା ରଙ୍ଗ ମଜବୁତ ଉଦ୍ଦେଶ୍ୟ ସମ୍ପନ୍ନ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିବଦ୍ଧ ଥିବା ବ୍ୟକ୍ତିଙ୍କ ପସନ୍ଦର ରଙ୍ଗ ହୋଇଥାଏ। ଏମାନେ ନିଜ ଚିନ୍ତାଧାରାକୁ ନେଇ ଗମ୍ଭୀର ଥାଆନ୍ତି ଏବଂ କୌଣସି ରେସକୁ ଜିତିବା ପାଇଁ ବଡ଼ ନିଷ୍ପତ୍ତି ନେବାକୁ ପଛାନ୍ତି ନାହିଁ। ସେମାନେ ସୌନ୍ଦର୍ଯ୍ୟ ଏବଂ କେବେ ସରୁ ନଥିବା ଶୈଳୀ ଉପରେ ଭରସା କରିଥାଆନ୍ତି।

- ସବୁଜ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଆତ୍ମବିଶ୍ବାସୀ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ବ ବୋଲାନ୍ତି। ସେମାନେ ନିଜକୁ ପ୍ରମାଣିତ କରିବା ପାଇଁ ଅବସର ଖୋଜନ୍ତି ଏବଂ ଯେକୌଣସି ଚ୍ୟାଲେଞ୍ଜକୁ ସମ୍ମୁଖୀନ କରିବାକୁ ଡରନ୍ତି ନାହିଁ। ସେମାନେ ମଧ୍ୟ ପ୍ରକୃତି ପ୍ରେମୀ ହୋଇଥାଆନ୍ତି।

- କମଳା ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ମୈତ୍ରୀପୂର୍ଣ୍ଣ ବ୍ୟବହାର ସମ୍ପନ୍ନ ଏବଂ ଯେକୌଣସି ପରିସ୍ଥିତିରେ ଯେକୌଣସିଚ ଲୋକଙ୍କ ସହିତ ସହଜରେ ମିଶିଯାଆନ୍ତି। ଏପରି ବ୍ୟକ୍ତି ସମସ୍ତଙ୍କ ପ୍ରିୟଭାଜନ ହୋଇଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.