ମମିତା ମେହେର ହତ୍ୟା ମାମଲା, ନିରପେକ୍ଷ ତଦନ୍ତ ଦାବି କଲା କଳାହାଣ୍ଡି ପିପୁଲସ୍‌ କମିଟି

Published By : Prameya-News7 Bureau | October 24, 2021 IST

କଳାହାଣ୍ଡି ୨୪/୧୦: ମମିତା ମେହେର ହତ୍ୟା ମାମଲାକୁ ନେଇ କଳାହାଣ୍ଡି ପିପୁଲସ କମିଟିର ଭବାନୀପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସହ ମାମଲାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ସେହିପରି ମହାଲିଙ୍ଗ କଲେଜ ଓ ସ୍କୁଲରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ଚର୍ଚ୍ଚାର ସରକାର ନିରପେକ୍ଷ ତଦନ୍ତ କରନ୍ତୁ ଏବଂ ସତ୍ୟତା ଅଣାଯାଉ ।

ଗଣମାଧ୍ୟମ ଖବର ପ୍ରସାରଣରେ ଯତ୍ନବାନ ହେଉ। କାରଣ ଗୋଟିଏ ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍‌ର ଖବର ପ୍ରସାରଣ ହଜାର ହଜାର ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷାବିତ୍ ଅଜୟ ମିଶ୍ର, ବିଶିଷ୍ଟ ସମାଜସେବୀ ଶୁଭଲକ୍ଷ୍ମୀ ନାଏକ, ଆଇନଜୀବୀ ଲୋକନାଥ ନାୟକ, ବର୍ଷିଆନ ଡାକ୍ତର ଲମ୍ବୁଧର ସାହୁ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଏହି ଘଟଣାରେ ସେହି କଲେଜର ଛାତ୍ରଛାତ୍ରୀଙ୍କ ଚରିତ୍ର ସଂହାର କରିବାକୁ ନେଇ ଗଣମାଧ୍ୟମର ସୀମା ଉଲଂଘନ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.