Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାନବୀୟ : ଗର୍ଭବତୀ ମହିଳାଙ୍କୁ କାଠଫାଳିଆରେ ଆକ୍ରମଣ କଲେ ଏକାଧିକ ପୁରୁଷ, ଭିଡିଓ ଭାଇରାଲ୍

13/07/2020 at 10:39 AM

ଭଦ୍ରକ ୧୩।୦୭: ସାମାନ୍ୟ ଘର ନିର୍ମାଣକୁ ନେଇ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀ ମହିଳାଙ୍କୁ ଏକାଧିକ ପୁରୁଷ ମରଣାନ୍ତକ ଆକ୍ରମଣ କରିଛନ୍ତି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକର ବିରୋଳି ଶାସନରେ ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗର୍ଭବତୀଙ୍କୁ କାନ୍ଥରେ ଆଉଜେଇ ବେକରେ ବାଉଁଶ ଚାପି ରଖିବା ସହ ପେଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି। ଏପରିକି ମହିଳାଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଫଟାଇ ଦେଇଛନ୍ତି। ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି । ଘଟଣା ସଂପର୍କରେ ପୀଡିତା ମହିଳା ଜଣକ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି।ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ପରିବାର ଲୋକେ ତାଙ୍କୁ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ । ତେବେ ଆସନ୍ତୁ ଦେଖିବା କିପରି ଭାବେ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଉଛି…

   Related Posts