ଲୋକଙ୍କୁ ଘାରିଛି ଲକଡାଉନ ଭୟ: ବ୍ୟାଙ୍କରୁ ଉଠାଇଛନ୍ତି ୮୫ ହଜାର କୋଟି ଟଙ୍କା, ଡିଜିଟାଲ ପେମେଣ୍ଟ ମଧ୍ୟ ହ୍ରାସ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ, ୧୨|୦୪:  କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ଏହାର ଅବଦ୍ଧି ଏପ୍ରିଲ ୧୪ ତାରିଖ ଯାଏଁ ଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ତେବେ ମାର୍ଚ୍ଚ ମାସରେ ଲୋକମାନେ ବ୍ୟାଙ୍କରୁ ୧୭ ଦିନରେ ୮୪,୪୬୧ କୋଟି ଟଙ୍କା ଉଠାଇଛନ୍ତି । ଏହି ଟଙ୍କା ଫେବ୍ରୁଆରୀ ତୁଳନାରେ ଦ୍ୱିଗୁଣା । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଏହି ସୂଚନା ଦେଇଛି ।

ଆରବିଆଇର କହିବାନୁସାରେ, ୨୯ ଫେବ୍ରୁଆରୀରୁ ମାର୍ଚ୍ଚ ୧୯ ମଧ୍ୟରେ ୫୩ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଉଠାଯାଇଥିଲା । ୧୬ ମାସରେ ପ୍ରଥମ ଥର ପାଇ ୧୪ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା ଉଠାଣ ହୋଇଛି । ଲକଡାଉନ ପାଇଁ ଏପରି ହୋଇଥିବା କୁହାଯାଉଛି । ଲୋକମାନେ ଲକଡାଉନକୁ ନେଇ ଚିନ୍ତିତ ଅଛନ୍ତି । ତେଣୁ ସେମାନେ ଟଙ୍କା ଉଠାଇ ନିଜ ପାଖରେ ରଖିଛନ୍ତି । ମାର୍ଚ୍ଚର ପ୍ରଥମ ୧୪ ଦିନରେ ଅଧିକ ପରିମାଣର ଟଙ୍କା ଉଠାଣ ହୋଇଛି । ୧୪ ମାର୍ଚ୍ଚରୁ ୨୭ ତାରିଖ ମଧ୍ୟରେ ୩୧, ୫୭୫ କୋଟି ଟଙ୍କା ଉଠାଯାଇଛି ।

{"id":252800,"width":748,"height":498,"sizeSlug":"large"}

ଫେବ୍ରୁଆରୀର ପ୍ରଥମ ୧୪ ଦିନରେ ଲୋକମାନେ ୩୮,୪୯୭ ଟଙ୍କା ଉଠାଇଛନ୍ତି । କିନ୍ତୁ ୧୫ରୁ ୨୮ ଫେବ୍ରୁଆରୀ ମଧ୍ୟରେ ଟଙ୍କା ଉଠାଣ ହ୍ରାସ ପାଇଥିଲା ।

ଆରବିଆଇ ଲକଡାଉନ ସମୟରେ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କିଂ ଓ ଡିଜିଟାଲ ପେମେଣ୍ଟ କରିବା ପାଇଁ ପରାମର୍ଶ ଦେଇଥିଲା । କିନ୍ତୁ ଏବେ ହୋମଡେଲିଭରି, ଅନଲାଇନ୍ ସପିଂ ଆଦି ବନ୍ଦ ରହିଛି । ଫଳରେ ଡିଜିଟାଲ କାରବାର ମଧ୍ୟ ହ୍ରାସ ପାଇଛି । ୟୁପିଆଇ ପେମେଣ୍ଟ, ଫୋନ ପେ, ଗୁଗୁଲ ପେ, ପେଟିଏମରେ ମଧ୍ୟ କାରବାର ପ୍ରଭାବିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.