ଭାରତୀୟ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ବ ସ୍ତରରେ ସବୁଠୁ ସଠିକ୍ ବୋଲି କୁହାଯାଇଛି। ସମୁଦ୍ର ଶାସ୍ତ୍ର ଅନୁସାରେ କେତେକ ବିଶେଷ ରାଶିର ବ୍ୟକ୍ତିଙ୍କୁ କିଛି ବିଶେଷ ଧରଣର ସୂତା ଏବଂ ପୋଷାକ ପିନ୍ଧିବା ମନା ହୋଇଥାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ
{"id":184027,"sizeSlug":"large"}ଆଜିକାଲି ଭାରତରେ ଫ୍ୟାଶନ ପାଇଁ ଲୋକେ କିଛି ନ ବୁଝି ନ ସୁଝି ଯେକୌଣସି ପ୍ରକାରର ସୂତା ହାତ ଏବଂ ଗୋଡ଼ରେ ବାନ୍ଧୁଛନ୍ତି। ସେମାନେ ଥରେ ବି ଚିନ୍ତା କରୁନାହାନ୍ତି ଯେ ଏହା ସେମାନଙ୍କର ଶରୀର ଉପରେ ଏବଂ ମାନସିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ।
{"id":184031,"sizeSlug":"large"}ଧାର୍ମିକ ବିଶ୍ବାସ ଅନୁସାରେ କଳା ସୂତା ଖରାପ ନଜରରୁ ବର୍ତ୍ତିବା ପାଇଁ ପିନ୍ଧା ଯାଇଥାଏ। ପ୍ରାୟତଃ ଆମେ ଦେଖିଥାଉ ଯେ ଛୋଟ ପିଲାମାନଙ୍କୁ କଳା ଟିକା ଲଗାଯାଇଥାଏ।
{"id":184032,"sizeSlug":"large"}ମେଷ ଏବଂ ବିଛା ରାଶିର ବ୍ୟକ୍ତିଙ୍କୁ ଭୁଲରେ ବି ହାତ ଏବଂ ଗୋଡ଼ରେ କଳା ସୂତା ପିନ୍ଧିବା ଅନୁଚିତ୍ କାରଣ ଏହି ରାଶିର ବ୍ୟକ୍ତିଙ୍କ ସ୍ବାମୀ ମଙ୍ଗଳ ଗ୍ରହ ଏବଂ ଏମାନଙ୍କୁ ଲାଲ ରଙ୍ଗ ବ୍ୟତୀତ କୌଣସି ରଙ୍ଗ ପିନ୍ଧିବା ଅନୁଚିତ୍। ହାତ ଏବଂ ଗୋଡ଼ରେ ବାରମ୍ବାର କଳା ସୂତା ନଜର ଆସିବା ଦ୍ବାରା ଗ୍ରହର ସ୍ଥିତି ଉପରେ କୁପ୍ରଭାବ ପଡ଼ିଥାଏ।
{"id":184033,"sizeSlug":"large"}