Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୬ଟି ଆଙ୍ଗୁଠି ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତି ବୁଦ୍ଧିମାନ ଓ ସୌଭାଗ୍ୟଶାଳୀ

15/06/2019 at 2:42 PM

ଭୁବନେଶ୍ୱର ୧୫/୬ : ହସ୍ତରେଖା ଶାସ୍ତ୍ର ଏବଂ ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ୬ ଆଙ୍ଗୁଠି ବିଶିଷ୍ଟ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାନ୍ତି । କିଛି ଲୋକଙ୍କ ହାତରେ କନିଷ୍ଟ ଆଙ୍ଗୁଠି ପାଖରେ ଆଉ ଏକ ଛୋଟ ଆଙ୍ଗୁଠି ଥାଏ । ଅପରପକ୍ଷରେ କିଛି ଲୋକଙ୍କ ବୃଦ୍ଧା ଆଙ୍ଗୁଠି ପାଖରେ ଆଉ ଏକ ଛୋଟ ଆଙ୍ଗୁଠି ଥାଏ । ଉଭୟ ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ । ହାତ ଛଡା କିଛି ଲୋକଙ୍କ ପାଦରେ ମଧ୍ୟ ୬ଟି ଆଙ୍ଗୁଠି ଥାଏ । ଏହା ମଧ୍ୟ ଶୁଭ ବୋଲି ବିଚାର କରାଯାଏ । ଏହି ବ୍ୟକ୍ତିମାନେ ଯାହା ସଂଗେ ରୁହନ୍ତି ତାଙ୍କ ପାଇଁ ମଧ୍ୟ ଶୁଭ ପ୍ରମାଣିତ ହୋଇଥାନ୍ତି । ଯେଉଁମାନଙ୍କ ହାତରେ କିମ୍ବା ଗୋଡରେ ୬ଟି ଆଙ୍ଗୁଠି ଥାଏ ସେମାନେ ୫ ଆଙ୍ଗୁଠି ବିଶିଷ୍ଟ ବ୍ୟକ୍ତିଙ୍କ ତୁଳନାରେ ନିଜ ଦାୟିତ୍ୱ ବହୁତ ଭଲ ଭାବେ ନିର୍ବାହ କରିଥାନ୍ତି । ଏମାନଙ୍କ ବ୍ରେନ ଅଧିକ କାମ କରିଥାଏ । ଏମାନେ ସବୁ କାମ ସଠିକ ଭାବେ ତୁଲାଇଥାନ୍ତି ।

ରିସର୍ଚ୍ଚରଙ୍କ ଅନୁଯାୟୀ, ହାତ ଏବଂ ଗୋଡରେ ଅତିରିକ୍ତ ଆଙ୍ଗୁଠି ହେବା କୌଣସି ରୋଗ ନୁହେଁ । ବିଜ୍ଞାନରେ ଏହାକୁ ପୋଲିଡେକ୍ଟିଲ କୁହାଯାଏ । ୮୦୦ ଜଣଙ୍କ ମଧ୍ୟରୁ ଜଣଙ୍କ ହାତ କିମ୍ବା ଗୋଡରେ ୬ଟି ଆଙ୍ଗୁଠି ଥାଏ ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କ ହାତରେ ୬ଟି ଆଙ୍ଗୁଠି ଥାଏ ସେମାନଙ୍କ ଉପରେ ବୁଧ ପର୍ବତ ପ୍ରଭାବ ପଡିଥାଏ । ବୃଦ୍ଧ ଆଙ୍ଗୁଠି ପାଖରେ ଯଦି ଆଉ ଏକ ଆଙ୍ଗୁଠି ଥାଏ ତାହେଲେ ଶୁକ୍ର ପର୍ବତର ପ୍ରଭାବ ପଡିଥାଏ । ଏହି ଅତିରିକ୍ତ ଆଙ୍ଗୁଠିର ନିଜର କୌଣସି ସ୍ୱତନ୍ତ୍ର ଅସ୍ତିତ୍ବ ନଥାଏ ।

ହସ୍ତରେଖା ଓ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କ ହାତରେ ୬ଟି ଆଙ୍ଗୁଠି ଥାଏ, ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ୧୦ରୁ ଅଧିକ ଆଙ୍ଗୁଠି ଥିବା ବ୍ୟକ୍ତି ଅଧିକ ଧନଵାନ ହୋଇଥାନ୍ତି । ଏମାନେ ନିଜ କାମ ସଚ୍ଚୋଟର ସହ କରନ୍ତି । ଏମାନେ ନିଜ କାମ ପରିଶ୍ରମର ସହ କରନ୍ତି କିନ୍ତୁ ଅନ୍ୟମାନଙ୍କ କାମରେ କିଛି ନା କିଛି ଭୁଲ ବାହାର କରିଥାନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ହାତର ଆଙ୍ଗୁଠି ମଣିଷର ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ସେଥିପାଇଁ ପ୍ରାଚୀନକାଳରୁ ଋଷିମାନେ ଆଙ୍ଗୁଠିକୁ ପରସ୍ପର ସହ ଯୋଡି ଅଲଗା ଅଲଗା ମୁଦ୍ରାରେ ଧ୍ୟାନ କରିଥାନ୍ତି ।

ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଲୋକଙ୍କ ଷଷ୍ଠ ଆଙ୍ଗୁଠି ବୁଢା ଆଙ୍ଗୁଠି ଏବଂ ତର୍ଜନୀ ମଝିରେ ଥାଏ । ସେଥିପାଇଁ ଏମାନେ ୫ ଆଙ୍ଗୁଠି ବିଶିଷ୍ଟ ଲୋକଙ୍କ ତୁଳନାରେ ସହଜରେ କରିଥାନ୍ତି । ଏମାନେ ଜୋତାରେ ଫିତା ବାନ୍ଧିବା, ଟାଇପିଙ୍ଗ କରିବା, ବହିର ପୃଷ୍ଠା ଓଲଟାଇବା, ମୋବାଇଲ ଚଳାଇବା କିମ୍ବା ଭିଡିଓ ଗେମ ଖେଳିବା ଆଦି ସହଜରେ କରିଥାନ୍ତି । କିନ୍ତୁ ଗ୍ଳୋଭାସ ପିନ୍ଧିବା ଏବଂ ଜୋତା ପିନ୍ଧିବାରେ ଏମାନଙ୍କୁ ଟିକିଏ ଅସୁବିଧା ହୋଇଥାଏ ।

   Related Posts