ଜାଣି ଶୁଣି କରୋନା ପଜିଟିଭ୍‌ ହେବେ ଶହ ଶହ ଲୋକ, ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨: ଜାଣି ଶୁଣି ଲୋକେ ହେବେ କରୋନା ପଜିଟିଭ୍‌। କରୋନା ସଂକ୍ରମିତ ହେବାକୁ ମିଳିବ ୪ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୨୫ ଶହ ଲୋକଙ୍କୁ କରୋନା ପଜିଟିଭ୍‌ କରାଇବେ ହସ୍ପିଟାଲର ଡାକ୍ତର। ପରେ ତାଙ୍କ ଉପରେ ଭ୍ୟାକ୍‌ସିନ୍‌ ପ୍ରୟୋଗ କରାଯିବ। ଏହ ସହ ସେମାନଙ୍କ ଶରୀରରେ କରୋନା ଭ୍ୟାକ୍‌ସିନ୍‌ କିଭିଳି କାର୍ଯ୍ୟ କରୁଛି ସେନେଇ ଅନୁଧ୍ୟାନ କରିବେ ଡାକ୍ତର।

ଏଭଳି ଏକ ପରୀକ୍ଷଣ ଲଣ୍ଡନର ରୟାଲ ଫ୍ରି ହସ୍ପିଟାଲରେ ହେବାକୁ ଯାଉଛି। ଏହି ପରୀକ୍ଷଣରେ ୨୫୦୦ ନାଗରିକ ଭାଗ ନେବେ। ୧୮ରୁ ୩୦ ବର୍ଷର ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯିବ କାରଣ ଏହି ବୟସରେ କରୋନା ମୃତ୍ୟୁ ହାର କମ ରହିଛି। ଦୁଇ ତିନି ସପ୍ତାହ ହେବାକୁ ଥିବା ଏକ୍ସପେରିମେଣ୍ଟରେ ଲୋକଙ୍କୁ ୪ ହଜାର ପାଉଣ୍ଡସ୍ ଅର୍ଥାତ‌ ଭାରତୀୟ ମୁଦ୍ରା ଅନୁସାରେ ଏହା ୪ ଲକ୍ଷ ଟଙ୍କ ହେବ।

୧୮ ବର୍ଷୀୟ ଏଲିଷ୍ଟର ଫ୍ରେଜର ଏହି ଟ୍ରାଏଲରେ ଭାଗ ନେବାକୁ ଥିବା ବେଳେ ପୁରା ନିୟମ ସମ୍ପର୍କରେ ବିବିସିକୁ କହିଛନ୍ତି। ସେମାନଙ୍କୁ ଏକ କ୍ଲିନିକ୍‌ରେ ଦୁଇ ସପ୍ତାହ ଲକ୍‌ କରି ରଖାଯିବ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯିବ ବୋଲି ଏଲିଷ୍ଟର କହିଛନ୍ତି।

ଏଭଳି ପରୀକ୍ଷଣ ପଦ୍ଧତି ୧୮ ଶହ ଶତାବ୍ଦୀରେ ବୈଜ୍ଞାନିକ ଏଡଓ୍ବାର୍ଡ ଜେନର ବାହାର କରିଥିଲେ। ସେ ତାଙ୍କ ପୁଅକୁ ପ୍ରଥମେ ସଂକ୍ରମିତ କରି ପରୀକ୍ଷା କରିଥିଲେ। ଏହା ପରେ ଭ୍ୟାକ୍‌ସିନ୍‌ ପ୍ରୟୋଗ କରି  ତାର ପ୍ରଭାବ ଅନୁଧ୍ୟାନ କରିଥିଲେ। ପରେ ପରେ ଏହି ଏକ୍ସପେରିମେଣ୍ଟ ଅନେକ ଘାତକ ରୋଗ ପାଇଁ ରାମବାଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.