କରୋନା କାଳରେ ନୂଆ ଶବ୍ଦ, କରୋନା ଉଲ୍ଲଘଂନକାରୀଙ୍କୁ ଅକ୍ସଫୋର୍ଡ ଡିକସିନରୀ କହିଲା- ‘କୋଭିଡିୟଟ୍’

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ ତଥା ସାମାଜିକ ଦୂରତ୍ବ ପାଳନ କରିବାକୁ କୁହାଯାଉଛି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ତେବେ ଏମିତି ଲୋକଙ୍କୁ କ’ଣ କୁହାଯିବ? ମାତ୍ର ଅକ୍ସଫୋର୍ଡ ଆଡଭାନ୍ସ ଲନର୍ସ ଡିକସିନରୀ ଏମିତି ଲୋକଙ୍କୁ ‘କୋଭିଡିୟଟ୍’ (କୋଭିଡ+ଇଡିୟଟ) କହିଛି। ତେବେ ସେ ଆନୁଷ୍ଠାନିକ ଭାବେ ଏହି କଥା କହିଛି। ଏହା ସହ ଏହି ଶବ୍ଦ ଅକ୍ସଫୋର୍ଡ ଓ୍ବେସାଇଟରେ ବି ଦେଖିବାକୁ ମିଳିବ।

କୋଭିଡ୍-୧୯ କାଳରେ ବହୁ ନୂଆ ଶବ୍ଦ ପ୍ରୟୋଗ ଦେଖିବାକୁ ମିଳିଛି। ଯେମିତିକି ସୋସାଲ ଡିସଟାନସିଂ, କଣ୍ଟାକ୍ଟ ଟ୍ରେସିଙ୍ଗ ବ୍ୟତୀତ ବି ବହୁ ଶବ୍ଦ ରହିଛି। ଅକ୍ସଫୋର୍ଡ ଆଡଭାନ୍ସ ଲନର୍ସ ଡିକସିନରୀ ଗତ ୨୦ ବର୍ଷରେ ପ୍ରତି ତିନି ମାସରେ ନୂଆ ଶବ୍ଦକୁ ତାର ତାଲିକାରେ ସାମିଲ କରିଥାଏ। ମୁଖ୍ୟତଃ ଏହି କାମ ମାର୍ଚ, ଜୁନ୍, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କରେ। ମାତ୍ର ୨୦୨୦ରେ କୋଭିଡ କାଳରେ ବି ନୂଆ ଶବ୍ଦ ଘୋଷଣା କରିବାରୁ ବାଦ୍ ପଡ଼ି ନାହିଁ ଅକ୍ସଫୋର୍ଡ। ଏ ସବୁ ଶବ୍ଦ ମହାମାରୀ ପ୍ରୟୋଗରେ ଆସିଛି।

‘କରୋନା’, ‘କରୋନା ଭାଇରସ’, ‘କୋଭିଡ-୧୯’, ‘କୋଭିଡିୟଟ୍‌’, ‘ଡିପ-କ୍ଲିନ’, ‘ଏଲବୋ ବମପ’, ‘ଏଲବମପ’, ‘କଣ୍ଟାକ୍ଟ ଟ୍ରେସିଙ୍ଗ’, ‘କମ୍ୟୁନିଟି ସ୍ରେପଡ’, ‘କମ୍ୟୁନିଟି ଟ୍ରାନସମିଶନ’, ‘ଫ୍ଲାଟନ ଦ କର୍ଭ’, ‘ହ୍ୟାଣ୍ଡ ଜେଲ’, ‘ହ୍ୟାଣ୍ଡ ‘ସାନିଟାଇଜର’, ‘ହେଲଥ ପ୍ରଫେସନାଲ’, ‘ହର୍ଡ ଇମ୍ୟୁନିଟି’, ‘ହଟ୍ ଜୋନ’, ‘ଜୁମ୍ ଓ୍ବାର୍ମିଙ୍ଗ’, ’କ୍ବାରେଣ୍ଟିନୀ’, ‘ଡୁମସ୍କଲିଂ’, ‘ହାଇଡ୍ରୋକ୍ଲୋରୋକୁଇନ’, ‘ଆନକୋଭ’, ‘ପେସେଣ୍ଟ ଜିରୋ’, ‘ପିପିଇ’, ‘ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ’, ‘ଓ୍ବାର୍କ ଫ୍ରମ୍ ହୋମ’ ଆଦି ଶବ୍ଦ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ମହାମାରୀ ସହ ସମ୍ବନ୍ଧ ରହିଛି।

ଏହା ବାଦ୍ କରୋନା କାଳରେ କିଛି ଔଷଧ ମଧ୍ୟ ବେଶ ଲୋପ୍ରିୟ ହୋଇଛି। ଏଇ ଯେମିତି ହାଇଡ୍ରୋକ୍ଳୋରୋକୁଇନ ଓ ଡେକସାମେଥାସୋନ। ୧୯୫୧ରେ ପ୍ରଥମ ଥର ପାଇଁ ହାଇଡ୍ରୋକ୍ଲୋରୋକୁଇନ ଶବ୍ଦ ବ୍ୟବହାର ହୋଇ ଥିଲା। ତେବେ ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ଏତେ ଲୋପ୍ରିୟ ହୋଇଗଲା ଯେ ଏ ଔଷଧ ଚଳିତବର୍ଷ ଅକ୍ସଫୋର୍ଡ ଡିକସିନରୀରେ ସ୍ଥାନ ପାଇଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.