ଇରାନର ପ୍ରାଚୀନ ଧର୍ମ ମଧ୍ୟରେ ‘ୟେରସାନ’ ଏକ ପ୍ରମୁଖ ଧର୍ମ। ଏହି ଧର୍ମର ପରମ୍ପରା, ମାନ୍ୟତା, ପୂଜାସ୍ଥଳ ଓ ଭକ୍ତିର ନୀତିନିୟମ ଅନ୍ୟ ଧର୍ମଠାରୁ ସମ୍ପୂର୍ଣ୍ଣ ପୃଥକ। ସୁଲତାନ ସହାକ୍ ଏହି ଧର୍ମର ସଂସ୍ଥାପକ ଥିଲେ। ସେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ। ଏହି ଧର୍ମାବଲମ୍ବୀମାନେ ସୁଲତାନ ସହାକଙ୍କୁ ଇଶ୍ୱରଙ୍କ ୭ଟି ଚିହ୍ନ ମଧ୍ୟରୁ ଜଣେ ବୋଲି ଭାବନ୍ତି। ଏହି ଧର୍ମର ଲୋକେ ହିନ୍ଦୁଙ୍କ ଭଳି ପୁନର୍ଜନ୍ମରେ ବିଶ୍ୱାସ ରଖନ୍ତି। ଇରାନ ଏକ ଇସ୍ଲାମ ରାଷ୍ଟ୍ର ହୋଇଥିଲେ ବି ଏହି ଧର୍ମର ଅନୁଗାମୀ ଅଛନ୍ତି। ଇସ୍ଲାମଧର୍ମାବଲମ୍ବୀମାନେ ଦାଢିକୁ ପବିତ୍ର ମନେ କରି ନିଶ ରଖୁନଥିବା ବେଳେ ୟେରସାନ ଧର୍ମାବଲମ୍ବୀମାନେ ଜୀବନ ସାରା ନିଶ କାଟିନଥାନ୍ତି।
{"id":185193,"sizeSlug":"large"}ୟେରସାନ ଧର୍ମରେ ଲୋକେ ସୂର୍ଯ୍ୟ ଓ ନିଆଁକୁ ପବିତ୍ରମନେ କରନ୍ତି। ଏହା ଛଡା ଧାର୍ମିକ ବିଧିବିଧାନ ଅତ୍ୟନ୍ତ ଗୋପନୀୟତାର ସହକାରେ ସମ୍ପନ୍ନ କରିଥାନ୍ତି। ଏମାନଙ୍କ ପ୍ରାର୍ଥନାସ୍ଥଳକୁ ‘ଜାମଖାନା’ କୁହାଯାଏ। ପ୍ରତ୍ୟେକ ମାସରେ ଏଠାରେ ଧର୍ମାବଲମ୍ବୀମାନେ ଏକତ୍ରୀତ ହୋଇ ଈଶ୍ୱରଙ୍କ ଉପାଶନା କରିଥାନ୍ତି। ଈଶ୍ୱର ଉପାସନା ଲାଗି ଏମାନେ ଏକ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ରର ପ୍ରୟୋଗ କରିଥାନ୍ତି। ଏହାକୁ ତମ୍ବୁର କୁହାଯାଏ।
{"id":185192,"sizeSlug":"large"}ଜାମଖାନା ଯିବା ଲାଗି ୟେରସାନୀମାନେ ଦାଢି କାଟନ୍ତି ଓ ମୁଣ୍ଡରେ ସ୍ୱତନ୍ତ୍ର ଟୋପିପିନ୍ଧନ୍ତି। ତେବେ ନିଶକୁ ଏମାନେ ପବିତ୍ର ସଙ୍କେତ ମନେ କରୁଥିବାରୁ କେବେ ନିଶ କାଟନ୍ତି ନାହିଁ। ଏହି ଧର୍ମାବଲମ୍ବୀଙ୍କ ସଂଖ୍ୟା ଇରାନରେ କେତେ ହେବ ତାହା ସ୍ପଷ୍ଟ ଭାବେ କାହାକୁ ଜଣା ନାହିଁ। ତେବେ ଏମାନେ ପଶ୍ଚିମ ଇରାନର କୁର୍ଦ୍ଦ ଅଧ୍ୟୁଷିତ ଅଞ୍ଚଳରେ ବସବାସକରନ୍ତି। ୟେରାସାନୀ ଧର୍ମାବଲମ୍ବୀଙ୍କ ସଂଖ୍ୟା ଦେଶରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନରୁ ଜଣାଯାଏ।