ବସ୍ ବନ୍ଦ,ରାସ୍ତା ସିଲ୍: ଘରକୁ ଯିବାକୁ ଟ୍ରେନ ଧାରଣାରେ ଚାଲିଲେ ଲୋକେ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩:  କରୋନା ସଂକ୍ରମଣ ରୋକିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ୍‌ରେ ଥିବା ବେଳେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ ଏବେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି। ହୁଏତ ଆଗକୁ ଆଉ କାମଦାମ ମିଳି ନପାରେ ସେଇ ଆଶଙ୍କାରେ ଶହଶହ ଶ୍ରମିକ ଏବେ ପାଦରେ ଚାଲିଚାଲି ସେମାନଙ୍କ ଘର ମୁହାଁ ହୋଇଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ଏହି ପରିସ୍ଥିତି ଗୁରୁତର ହୋଇପଡିଛି।

{"id":245839,"sizeSlug":"large"}

ଶନିବାର ନିଜ ନିଜ ଗାଁକୁ ଫେରିବା ଲାଗି ଲୋକେ ଦିଲ୍ଲୀ ଆନନ୍ଦ ବିହାର ଓ କୌଶମ୍ବୀ ବସ୍ ଷ୍ଟାଣ୍ଡ ପହଞ୍ଚିବାରେ ଲାଗିଥିଲେ। ଦେଖୁ ଦେଖୁ ସେମାନଙ୍କ ସଂଖ୍ୟା ୧୫ ହଜାର ଉପରକୁ ଚାଲିଯାଇଥିବା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ତେବେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇ ଥିଲେ ହେଁ ରବିବାର ଉଭୟ ସ୍ଥାନରେ ୪୦୦ରୁ ୫୦୦ ଲୋକେ ଥିବା ଦେଖା ଯାଇଛି। ତେବେ ପୋଲିସ ମଧ୍ୟ ସେମାନଙ୍କୁ ଫେରିଯିବା ଲାଗି ନିବେଦନ କରିଥିବା ବେଳେ ରାଜଧାନୀର ସବୁ ରାଜରାସ୍ତା ଓ ସୀମା ସିଲ କରି ଦିଆଯାଇଛି।

{"id":245840,"sizeSlug":"large"}

ରାସ୍ତା ଓ ସୀମା ସିଲ ହେବା ପରେ ଘରକୁ ଯିବାକୁ ଚାହୁଁଥିବା ଲୋକେ ଏବେ ରେଳ ଲାଇନ ରାସ୍ତା ଧରିଛନ୍ତି। ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିବାରୁ ସେମାନେ ରେଳ ଧାରଣାରେ ନିଜନିଜ ଗନ୍ତବ୍ୟ ଅଭିମୁଖେ ଚାଲିଛନ୍ତି। ଶହଶହ ଲୋକେ ଏବେ ରେଳ ଧାରଣାରେ ଚାଲିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଉପୁଜିଥିବା ପରିସ୍ଥିତିରେ ଦିଲ୍ଲୀ ପୋଲିସ କମିଶନର ରବିବାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦିଲ୍ଲୀରୁ ଉତ୍ତରପ୍ରଦେଶକୁ ମୁହାଁଇଥିବା ଏହି ବିଶାଳ ଜନତାଙ୍କୁ ରୋକିବା ଲାଗି ଦରକାର ପଡିଲେ ଅତିରିକ୍ତ ଫୋର୍ସର ଉପଯୋଗ କରିବାକୁ ମଧ୍ୟ କମିଶନର କହିଛନ୍ତି।

{"id":245841,"width":582,"height":383,"sizeSlug":"large"}

ତେବେ ଗାଜିଆବାଦ ଲାଲକୂଆଁରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାକୁ ବସ ଚଳାଯାଉଥିବାର ଖବର ମିଳିଛି। ଏଣୁ ଲୋକେ ଏବେ ଗାଜିଆବାଦ ମୁହାଁଇଛନ୍ତି। ଆନନ୍ଦ ବିହାର ଓ କୌଶମ୍ବୀରେ ଠୁଳ ହୋଇଥିବା ଲୋକେ ଲାଲକୂଆଁ ପହଞ୍ଚୁଥିବା ବେଳେ ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରି ବସ୍‌ରେ ବସା ଯାଉଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.