ସରକାର ନୁହନ୍ତି, ଲୋକେ ସଚେତନ: ଶନିବାର ଖୋଲାଥିଲା ଦୋକାନ ବଜାର,ରବିବାର ସମସ୍ତେ ଘରେ
22/03/2020 at 12:05 PM

ଭୋପାଲ ୨୨।୩: ମଧ୍ୟପ୍ରଦେଶରେ ରାଜନୈତିକ ଉଠାପକାରେ ନୂଆ ସଂକଟ ସୃଷ୍ଚି କରିଛି କରୋନା ସଂକ୍ରମଣ। ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ରବିବାର ଅନୁନ୍ୟ ଦିନଟିଏ ଲୋକେ ‘ଜନତା କର୍ଫ୍ୟୁ’ ପାଳନ କରନ୍ତୁ ବୋଲି କହିଥିଲେ। ଯହା ସମ୍ପୂର୍ଣ୍ଣଭାବେ ଜନତାଙ୍କର, ଜନତାଙ୍କ ଦ୍ୱାରା ଓ ଜନତାଙ୍କ ପାଇଁ ପାଳିତ ହେଉ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ତେବେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଲ ପ୍ରସ୍ତାବିତ ଦିନର ଗୋଟିଏ ଦିନ ଆଗରୁ କର୍ଫ୍ୟୁପାଳନ କରିଥିବା ବେଳେ ରବିବାର ଲୋକେ ଦିନ ତମାମ ଘରେ ନିଜକୁ ବନ୍ଦୀ କରିଛନ୍ତି।
ଶନିବାର ଦିନ ତମାମ ଭୋପାଲ ସହର ଖୋଲାଥିଲା। ଦୋକାନ, ବଜାର, ଅଫିସ ସବୁ ସ୍ୱଭାବିକ ଥିଲେ ବି ଜଣେ ବି ଲୋକକୁ ରାସ୍ତାରେ ଦେଖିବାକୁ ମିଳିନଥିଲା। ରାତିରେ ବି ହାଟ ବଜାର ହାଲତ ସମାନ ଥିଲା। ରବିବାର ସକାଳ ୭ଟାରୁ ଲୋକେ କର୍ଫ୍ୟୁପାଳନ କରୁଥିବା ବେଳେ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବେ। ତେବେ ରାଜଧାନୀରେ ଅତ୍ୟାବସକୀୟ ସେବା ସଜାଗ ରଖାଯାଇଛି। ଖୀର ଦୋକାନ ଦିନତମାମ ଖୋଲା ରହିବ। ତେବେ ଅତ୍ୟନ୍ତ ଜରୁରି ନଥିଲେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଲୋକେ ଘରେ ରହି ଜନତା କର୍ଫ୍ୟୁ ପାଳନ କରୁଥିବା ବେଳୋ ଲୋ ଫ୍ଲୋର ବସ୍, ମିନିବସ୍ ସମେତ ଓଲା, ଉବେର ଓ ଅଟୋ ରିକ୍ସା ଚଳାଚଳ ଭନ୍ଦ ରହିଛି। ସେହିପରି ଆଇଏସବିଟି, ନାଦରା, ହଲାଲପୁର ଓ ପୁତଲୀଘର ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳ କରୁନାହିଁ। ସେହିପରି ଦୋକାନ ବଜାର ହାଲଚାଲରୁ ନ୍ୟୁ ମାର୍କେଟ୍, ୧୦ନମ୍ବର, ଚୌକ ବଜାର, ବୈରାଗଡ କରୋନ୍ଦ ସହିତ ନୂଆ ଓ ପୁରୁଣା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ। ତେବେ ଏହି ସବୁ ଦୋକାନ ବଜାର ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନ୍ୟୁ ମାର୍କେଟ ବ୍ୟବସାୟୀ ମହାସଂଘର ସଭାପତି ସତୀଶ ଗଙ୍ଗରାଡେ କହିଛନ୍ତି।
ରାଜ୍ୟରେ ଦୁଇ ଦିନ ପୂର୍ବେ ସରକାରଙ୍କ ପତନ ହୋଇଛି। ଏଥିରେ କରୋନାଜନିତ ପରିସ୍ଥିତିର ମୁକାବିଲା ଲାଗି ରାଜଧାନୀରେ ପ୍ରଶାସନ ସହ ଅଣ୍ଟା ଭିଡିଛନ୍ତିଲୋକେ। କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଏବେ ସମାନ ପରିସ୍ଥିତି । ହେଲେ ଲୋକେ ନିଜ ଆଡୁ ପରିସ୍ଥିତିର ମୁକାବିଲାରେ ଲାଗିପଡିଛନ୍ତି ଯାହା ଏବେ ବେଶ ଗ୍ରହଣୀୟ ଲାଗୁଛି।