Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲକ୍ଷ୍ମୀପୁର ଖେରୀ ହିଂସା ବିରୋଧରେ ‘ମହାରାଷ୍ଟ୍ର ବନ୍ଦ’, ସମସ୍ୟାରେ ସାଧାରଣ ଜନତା

11/10/2021 at 4:07 PM

ମୁମ୍ବାଇ ୧୧/୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ବିରୋଧରେ ସୋମବାର ମହାରାଷ୍ଟ୍ର ବନ୍ଦ । ମହା ବିକାଶ ଅଘାଡ଼ି ସହଯୋଗୀ ଶିବସେନା, ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟବ୍ୟାପୀ ଲକ୍ଷ୍ମୀପୁର ଖେରୀ ହିଂସା ବିରୋଧରେ ଜୋରଦାର ପ୍ରଦର୍ଶନ ହେଉଛି । ବନ୍ଦ ପାଳନ ଅବସରରେ ଛୋଟମୋଟ ହିଂସା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବସ୍‌, ଘରୋଇ ଗାଡ଼ିଗୁଡ଼ିକ ଉପରେ ପଥରମାଡ ହେଉଥିବା ବେଳେ ଯାତାୟତ ଉପରେ ରୋକ ଲଗାଇବାକୁ ରାସ୍ତା ଉପରେ ଟାୟାର ଜାଳି ପ୍ରଦର୍ଶନ କରାଯାଇଛି। ଏଥିରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟବସ୍ତ ହୋଇପଡ଼ିଛି।

ଏହି ବନ୍ଦ ଆଜି ମଧ୍ୟରାତ୍ରୀ ଯାଏଁ ଜାରି ରହିବ। ଏନେଇ ଏନସିପି ମୁଖପାତ୍ର ତଥା ରାଜ୍ୟ ମନ୍ତ୍ରୀ ନଓ୍ବାବ ମଲିକ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେଙ୍କ ଅନୁସାରେ, କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ରଜାଭବନ ସାମ୍ନାରେ ମୌନ ବ୍ରତ ରଖି ଲକ୍ଷ୍ମୀପୁର ହିଂସା ବିରୋଧରେ ପ୍ରତିବାଦ କରୁଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ବନ୍ଦକୁ ଖୋଲା ସମର୍ଥନ ଜଣାଇଛି କିଷାନ ସଭା। ୨୧ ଜିଲ୍ଲା​‌ରେ ବନ୍ଦକୁ ସଫଳ କରିବା ପାଇଁ କିଷାନ ସଭା କାର୍ଯ୍ୟକର୍ତ୍ତା ଫୁଲ୍‌ ଦମରେ ଲାଗିପଡ଼ିଥିବା ମଧ୍ୟ ଜଣାପଡ଼ିଛି।

ଏହା ସହ ରାଜ୍ୟର ବଡ଼ ବଡ଼ ପରିବା, ଫଳ ବ୍ୟବସାୟୀ ମଧ୍ୟ ମହାରାଷ୍ଟ୍ର ବନ୍ଦକୁ ସମର୍ଥନ କରିଛନ୍ତି। ସେହିଭଳି ଅତ୍ୟାବଶ୍ୟକ ଦୋକାନଗୁଡ଼ିକୁ ବାଦ ଦେଲେ ଅନ୍ୟନ୍ୟ ସେବା ପୁନେରେ ବନ୍ଦ ରହିବ ବୋଲି ପୁନେ ବାଣିଜ୍ୟ ସଂଘ ସଭାପତି ଫଟେଚାନ୍ଦ ରାଙ୍କା କହିଛନ୍ତି।

ତେବେ ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କାର ଚଢ଼ାଇ ଦେଇଥିଲେ। ଏଥି​‌ରେ ୪ ଜଣ କୃଷକଙ୍କ ଜୀବନ ଯାଇଥିଲା। ଏହା ସହ ମୋଟ ୯ ଜଣ ପ୍ରାଣ ହରାଇଥିଲେ। ଏହା ପରଠୁ ଲକ୍ଷ୍ମୀପୁର ଖେରୀ ହିଂସା ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପଲଟିଛି। ଏପରିକି ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ମହାରାଷ୍ଟ୍ରର ଶିବସେନା ସରକାର ଏହା ବିରୋଧରେ ରାଜ୍ୟବ୍ୟାପୀ ବନ୍ଦ ପାଳନ କରିଛନ୍ତି ।

   Related Posts