କେବେ ଚେତିବେ ଏମିତି ବାଳୁଙ୍ଗା ? ଜଙ୍ଗଲୀ ହାତୀକୁ ରଗାଉଛନ୍ତି, ସେଲ୍ଫି ନେଇ ଦୌଡୁଛନ୍ତି

Published By : Prameya-News7 Bureau | December 04, 2020 IST

ବାରିପଦା ୪।୧୨: ହାତୀ ସହ ବିପଦ ସଙ୍କୁଳ ଭାବରେ ସେଲ୍ଫି ନେବାକୁ ଉଦ୍ୟମ । ଗୋଟେ ପଟେ ହାତୀ ଆକ୍ରମଣ କରିବାକୁ ଦୌଡ଼ି ଆସୁଛି ତଥାପି ଫଟୋ ଉଠାଇବା ସହ ହାତୀ ସହ ଖେଳୁଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନୋଡପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ଦୀର୍ଘ ୮ରୁ ୧୦ଦିନ ଧରି ବେତନଟୀ ରେଞ୍ଜ ଅଂଚଳରେ ୪୨ ଟିକିଆ ହାତୀ ପଲ ଉପଦ୍ରବ କରୁଥିବା ବେଳେ ହାତୀ ଲୋକମାନଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଭିଡିଓରେ ଦେଖିବାକୁ ମିଳିଛି ଯେ, ହାତୀ ସହ ଅତି ନିକଟରେ ଫଟୋ ଉଠାଇବାକୁ ଉଦ୍ୟମ କରିବା ସହ ହାତୀକୁ ଚିଡାଉ ଥିବା ଦେଖିବାକୁ ମିଳିଛି । ତେବେ ଏଭଳି  ଦୃଶ୍ୟ  ଦେଖିଲା ପରେ  ଯେ କୌଣସି ବ୍ୟକ୍ତି ଭୟଭୀତ ହେଇଯିବା ସ୍ବାଭାବିକ ।  ହାତୀକୁ ଚିଡ଼ାଇବା ଏବଂ ହାତୀ ସହ  ସେଲ୍ଫି ନେବା ନୂଆ କଥା ନୁହେଁ । କିନ୍ତୁ ମୃତ୍ୟୁକୁ ସେମାନେ ପାଖରୁ ଦେଖୁଥିଲେ ମଧ୍ୟ ସତର୍କ ହେଉନାହାନ୍ତି ବୋଲି କହିଛନ୍ତି ହାତୀ ବିଶେଷଜ୍ଞ ।

wp:html /wp:html

ଅନ୍ୟପଟେ ଏଭଳି ଘଟଣାରେ ଲୋକେ ବନବିଭାଗକୁ ସହଯୋଗ କଲେ ହାତୀ ଘଉଡାଇବାକୁ ସହଜ ହୋଇପାରିବ ବୋଲି ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ବାବଧାନକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.