Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାଙ୍ଗିଲା ୧୦ ବର୍ଷର ରେକର୍ଡ : ଦୀପାବଳିରେ ଦେଶରେ ୧.୨୫ ଲକ୍ଷ କୋଟି ଟଙ୍କାର କାରବାର

5/11/2021 at 9:55 PM

ନୂଆଦିଲ୍ଲୀ ୦୫/୧୧ : ଦୀପାବଳିରେ ଜବରଦସ୍ତ କିଣାକିଣି କରିଛନ୍ତି ଦେଶବାସୀ । ଗୋଟିଏ ଦିନରେ ପ୍ରାୟ ୧.୨୫ ଲକ୍ଷ କୋଟଇ ଟଙ୍କାର କାରବାର ହୋଇଛି । ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ରିପୋର୍ଟ ଦେଇଛି ଅଲ ଇଣ୍ଡିଆ ଟ୍ରେଡର୍ସ (CIAT) । ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଏହା ଏକ ରେକର୍ଡ । କାରଣ ଗୋଟିଏ ଦିନରେ ଏତେ ସଂଖ୍ୟକ ବ୍ୟବସାୟ ଗତ ଦଶ ବର୍ଷ ମଧ୍ୟରେ କେବେ ହୋଇନାହିଁ ।

ସବୁଠାରୁ ବଡ କଥା ହେଉଛି କରୋନା ମହାମାରୀ ମଧ୍ୟରେ ଲୋକମାନେ ଘରୁ ବାହାରି ଜିନିଷ ପତ୍ର କିଣାକିଣି କରିଛନ୍ତି । ସବୁଠାରୁ ଅଧିକ ବ୍ୟବସାୟ ଅଳଙ୍କାର କିଣାରେ ହୋଇଥିବା ସିଆଇଏଟି ସୂଚନା ଦେଇଛି । କିନ୍ତୁ ଚୀନ ବ୍ୟବସାୟରେ ଚଳିତ ବର୍ଷ ପ୍ରାୟ ୫୦ ହଜାର କୋଟି ଟଙ୍କାର କ୍ଷତି ସହିଛି । କାରଣ ଦେଶରେ ଚୀନ ଜିନିଷ କିଣାକିଣି କରିବା ପାଇଁ ଲୋକମାନେ ଏତେଟା ଆଗ୍ରହ ଦେଖାଇ ନାହାନ୍ତି ।

CIATର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ଦେଶର ୨୦ଟି ବଡ ସହରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ, ଭାରତୀୟ ମାନେ ଚୀନ ନିର୍ମିତ ଜିନିଷ କ୍ରୟ ଖୁବ କମ ମାତ୍ରାରେ କ୍ରୟ କରିଛନ୍ତି । ଏମିତିକି ଚାଇନା ବାଣ ବିକ୍ରି ମଧ୍ୟ ନହୋଇଛି କହିଲେ ଚଳେ । ଭାରତୀୟ ଜିନିଷର ଚାହିଦା ବୃଦ୍ଧି ପାଇଚି । ବିଶେଷ କରି ଦୀପାବଳି ଦେଶବାସୀ ଘରକରଣା ଜିନିଷ ଏବଂ ଉପହାର ବହୁ ମାତ୍ରାରେ କିଣିଛନ୍ତି ।

   Related Posts