ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ

Published By : Prameya-News7 Bureau | October 31, 2018 IST

ବାଲେଶ୍ବର ୩୧/୧୦:  ବାଲେଶ୍ବର ଜିଲ୍ଲା ନୀଳଗିରି ଅଚଂଳରେ ହାତୀ ଆତଙ୍କକୁ ନେଇ ଲୋକେ ଭୟଭୀତ ।  ଝାଡଖଣ୍ଡ ଦଲମା ଜଙ୍ଗଲରୁ ୭୫ରୁ ଅଧତ୍କ ହାତୀ ଦୁଇଟି ପୃଥକ ଦଳରେ ନୀଳଗିରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ।  ହାତୀ ପଲ ଗୁଡିକ ଦିନସାରା ଜଙ୍ଗଲ ଭିତରେ ଥିବାବେଳେ ସନ୍ଧ୍ୟାରେ ଜଙ୍ଗଲକୁ ଲାଗିଥିବା ଧାନକ୍ଷେତକୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ହାତୀ ପଲ ଗୁଡିକ ଭଉରିଆବାଡ ପଂଚାୟତ ବୟାରସାହି, କାନ୍ଥସିମୁଳିଆ ଏବଂ ଜଡିବାଲି ଗାଁରେ ଆତଙ୍କ ଖେଳାଇଛନ୍ତି । ତେବେ ଗାଁରେ ହାତୀ ଉପଦ୍ରବ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏବେ ବିଦ୍ୟୁତ କାଟ ହୋଇଥିବାରୁ ଅନ୍ଧାରରେ ଗ୍ରାମବାସୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ସୁରକ୍ଷା ପାଇଁ ଗ୍ରାମବାସୀମାନେ ରାତି ସାରା ନିଆଁ ଜାଳି ଜଗି ରହୁଥିବାର ଦେଖାଯାଇଛି । ସେପଟେ ହାତୀ ଥିବା ଜଙ୍ଗଲ ଚାରିପଟେ ପୋଲିସ ଏବଂ ବନକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ହାତୀ ଯେପରି ଗାଁକୁ ଯାଇ ଘର ଦ୍ବାର ନଷ୍ଟ ନକରିବ  ଏ ନେଇ ପାଟ୍ରୋଲିଂ କରାଯାଉଛି। କୁଲଡିହା ଏସସିଏଫ ଲକ୍ଷ୍ମଣ କୁମାର ପ୍ରଧାନ ଏବଂ ନୀଳଗିରି ରେଞ୍ଜର ସୁକୁମାର ଦାସଙ୍କ ତତ୍ବାବଧାନରେ ବନକର୍ମଚାରୀମାନେ ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.