ତାଳଚେରରେ ପ୍ରଶାସନ ବିରୋଧରେ ଝାଡ଼ୁ ଧରି ପ୍ରତିବାଦ
24/08/2018 at 11:25 PM

ଅନୁଗୁଳ ୨୪/୮:ତାଳଚେର ସ୍ୱାଭିମାନ ମଞ୍ଚ ପକ୍ଷରୁ ଆଜି ଝାଡୁ ଧରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଏନ.ଏଚ ୫୫ ଜାତୀୟ ରାଜପଥକୁ ହାତରେ ଝାଡୁଧରି ଧୂଳି ସଫା କରିଛନ୍ତି। କାରଣ ଏହି ରାସ୍ତାଦେଇ ହଜାର ହଜାର କୋଇଲା ଟ୍ରକ ଯିବା ଆସିବା କରୁଛି। ଯେଉଁ ରାସ୍ତାକି ସହରର ମୁଖ୍ୟ ରାସ୍ତା। ଏହି ରାସ୍ତା କଡରେ ତାଳଚେର କଲେଜ, ବସ ଷ୍ଟାଣ୍ଡ ,ମାର୍କେଟ,ସ୍କୁଲ ଆଦି ରହିଛି। କିନ୍ତୁ ସହର ଧୂଳି ଧୂଆଁ ରେ ଭର୍ତି ହୋଇଛି। ଏଥିପ୍ରତି ପ୍ରଶାସନ କି ନେତା କେହି ହେଲେ ଦୃଷ୍ଟି ଦେଉ ନ ଥିବାରୁ ଆଜି ସ୍ୱାଭିମାନ ମଞ୍ଚର ସଦସ୍ୟ ଏବଂ ସ୍ଥାନୀୟଲୋକ ହାତରେ ଝାଡୁଧରି ପ୍ରତିବାଦ କରିଛନ୍ତି।
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022